ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ପୋଲିସ ପକ୍ଷରୁ ଛତ୍ରପୁର ଥାନା ଅନ୍ତର୍ଗତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଠାରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଏସପି ଅମରେଶ ପଣ୍ଡା ଅଧ୍ୟକ୍ଷତା କରି ନିଜେ ନିଜର କିପରି ଧନଜୀବନ ସୁରକ୍ଷା ରଖିବା ବିଭିନ୍ନ ଅନ୍ଧବିଶ୍ୱାସ ଭଳି କାର୍ଯ୍ୟକ୍ରମ ଠାରୁ ଦୂରେଇ ରହିବା ସହ ଏଭଳି ବ୍ୟକ୍ତିଙ୍କ ସମ୍ପର୍କରେ ତୁରନ୍ତ ସଂପୃକ୍ତ ଥାନାକୁ ଜଣାନ୍ତୁ ବୋଲି ଶ୍ରୀ ପଣ୍ଡା କହିଥିଲେ । ସେହିପରି ଲୁଟେରା, କଳାବଜାରି, ବେଆଇନ ମଦ କାରବାର, ଦାଦାବଟି ମହିଳାମାନଙ୍କ ପ୍ରତି ହେଉଥିବା ଅଶ୍ଲୀଳ ଇଙ୍ଗିତ, ଅଶ୍ଲୀଳ ଫୋନ୍ କଲ କିମ୍ବା ଅଶ୍ଲୀଳ ମେସେଜ୍ ସମ୍ପର୍କରେ ତୁରନ୍ତ ପୋଲିସକୁ ଖବର ଦେବା ପାଇଁ ଶ୍ରୀ ପଣ୍ଡା କହିଛନ୍ତି । ସେହିପରି ଗାଡି ଚଳାଇବା ସମୟରେ ହେଲମେଟ୍ ବ୍ୟବହାର କରିବା, ମୋବାଇଲରେ କଥାବାର୍ତ୍ତା କରି ଗାଡି ନ ଚଳାଇବା, ଆଇନ ଅନୁଯାୟୀ ଥିବା ସ୍ୱତନ୍ତ୍ର ବ୍ୟବସ୍ଥାରେ ସହଯୋଗ କରିବା, ଏଟିଏମରୁ ଟଙ୍କା କାରବାରରେ କୌଣସି ଅଚିହ୍ନା ବ୍ୟକ୍ତିଙ୍କ ସାହାର୍ଯ୍ୟ ନ ନେବା, ବ୍ୟାଙ୍କ ସମ୍ବନ୍ଧୀୟ କୌଣସି ତଥ୍ୟ ଫୋନରେ କାହାରିକୁ ନ ଦେବା ଏଭଳି ଅନ୍ୟାନ୍ୟ ବିଷୟ ଉପରେ ଛାତ୍ରଛାତ୍ରୀମାନଙ୍କୁ ସଚେତନତା କାରଯାଇଛି । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଏସଡିପିଓ ରମେଶ ଚନ୍ଦ୍ର ସେଠୀ, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଞ୍ଜନ ଛୋଟରାୟ, ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ସୌଭାଗ୍ୟ କୁମାର ସାହୁଙ୍କ ସମେତ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଓ କର୍ମଚାରୀମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା