ଛତ୍ରପୁର ବ୍ଲକର ସମସ୍ତ ପରିବାରକୁ କ୍ଷତିପୂରଣ ସହାୟତା ଦାବି କରି ଜିଲ୍ଲାପାଳଙ୍କୁ ଭେଟିଲେ ଲୋକ ପ୍ରତିନିଧୀମାନେ…

ଛତ୍ରପୁର (ନିମାଇଁ ଚରଣ ପଣ୍ଡା) :  ତିତଲି ବାତ୍ୟା ପରବର୍ତି ପ୍ରଳୟଙ୍କରି ବନ୍ୟାରେ ଗଂଜାମ ଓ ଗଜପତି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଛତ୍ରପୁର ବ୍ଲକରେ ମଧ୍ୟ କ୍ଷୟକ୍ଷତି ହୋଇଥିବା ସମ୍ପର୍କରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡୀଙ୍କ ନେତୃତ୍ୱରରେ ସମସ୍ତ ପଂଚାୟତର ପ୍ରତିନିଧିମାନେ କ୍ଷତିପୂରଣ ସହାୟତା ଦାବି କରି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଏକ ଦାବୀ ପତ୍ର ଦେଇଥିଲେ । ବିଜୁ ପକ୍କା ଘର ଯୋଜାନରେ ଗୃହ ନିର୍ମାଣ ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ, କ୍ଷତିଗ୍ରସ୍ତ ଚାଷୀଙ୍କୁ ସଂପୂର୍ଣ୍ଣ କ୍ଷତି ପୂରଣ, କୃଷି ଋଣ ଛାଡ ଓ ଶତପ୍ରତିଶତ ବୀମା ଅର୍ଥ ପ୍ରଦାନ ଇତ୍ୟାଦି ଦାବୀସହ ସମସ୍ତ ଗ୍ରାମ ପଂଚାୟତର ରାସ୍ତା, ସ୍କୁଲ ଗୃହ, ଅଙ୍ଗନବାଡି ଗୃହ, ସ୍ୱାସ୍ଥ୍ୟକେନ୍ଦ୍ର କୋଠା ଆଦିର ପୁନଃ ନିର୍ମାଣ ନିମନ୍ତେ ଦାବିପତ୍ରରେ ଉଲେଖ କରାଯାଇଛି । ବ୍ଲକ ଉପାଧ୍ୟକ୍ଷା ଅମିତା ସାହୁ, ଜିଲ୍ଲାପରିଷଦ ସଭ୍ୟ ଏସ୍.କିଶୋର ରେଡ୍ଡୀ, କଣମଣା ସରପଂଚଞ୍ଚଏସ୍.ଚକ୍ରପାଣି ରେଡ୍ଡୀ, ପୋଡାପଦର ସରପଂଚଞ୍ଚ ପୀତାମ୍ବର ପଣ୍ଡା, ବିପୁଳିଙ୍ଗି ସରପଞ୍ଚ ଟି.ନରସିଂହ ରେଡ୍ଡୀ, କାଳିପଲ୍ଲୀ ସରପଞ୍ଚ ରାମଚନ୍ଦ୍ର ବେହେରାଙ୍କ ସମେତ ସମସ୍ତ ଜନପ୍ରତିନିଧୀ ଜିଲ୍ଲାପାଳଙ୍କୁ ମିଶି ଦାବିପତ୍ର ଦେଇଥିଲେ ।