
ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ସିପିଆଇ ବରିଷ୍ଠ ନେତା ଏନ ଇରେସୁ ଆଚାରୀ ଆଜି ଦିବା ଦୁଇ ଘଣ୍ଟା ଦଶ ମିନିଟ ସମୟରେ ପରଲୋକ ହୋଇଛି । ସେ ଚାଷୀ, ଶ୍ରମିକ ଓ ଗରୀବ ଲୋକ ମାନଙ୍କ ପାଇଁ ସଂଗ୍ରାମ କରୁଥିଲେ ଏବଂ ଜୀବନର ଶେଷ ପର୍ଯ୍ୟନ୍ତ ଅତି ସାଧାରଣ ଭାବରେ ଜୀବନଯାପନ କରୁଥିଲେ । ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ଥିଲା । ତାଙ୍କ ପରଲୋକରେ ଗଞ୍ଜାମ ଜିଲ୍ଲା ରାଜନୀତିରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା