

ଛତ୍ରପୁର (ସମୃଦ୍ଧ ଓଡିଶା) ଆସନ୍ତା ୨୭ ରେ ହେବାକୁ ଥିବା ଛତ୍ରପୁର ବ୍ଳକ ୧୯ନଂ ଜିଲ୍ଲା ପରିଷଦ ସଭ୍ୟ ଉପନିର୍ବାଚନ ନିମନ୍ତେ କଂଗ୍ରେସ ପକ୍ଷରୁ ପ୍ରଚାରକୁ ଆରମ୍ଭ ହୋଇଛି । ଚମାଖଣ୍ଡି ଓ ସୁନ୍ଦୁରପୁର ପଚଂୟତର ସବୁ ଗ୍ରାମରେ ପ୍ରଚାର କାର୍ଯ୍ୟ କରା ଯାଇ କଂଗ୍ରେସ ପ୍ରତି ଘୋର ଜଣ ଜାଗରଣ କରାଯାଇଥିଲା । କଂଗ୍ରେସ ପ୍ରାର୍ଥୀ ରବିନ୍ଦ୍ର ସେଠୀଙ୍କ ପାଇଁ କିଷାନ କଂଗ୍ରେସର ସର୍ବ ଭାରତୀୟ ସାଧାରଣ ସଂପାଦକ ରଶ୍ମୀ ରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ବିରାଟ କର୍ମୀ ଶୋଭାଯାତ୍ରାରେ ପ୍ରଚାର କାର୍ଯ୍ୟକ୍ରମ କରାଯାଇଥିଲା । ସେହିପରି ଛତ୍ରପୁର ବରିଷ୍ଠ ନେତା ଭାଗିରଥି ବେହେରା, ସୁଦାମ ପୁରହିତ, ଟି. କିଷାନା ରେଡି, ଜି. ଏରେୟା, ସୁରେନ୍ଦ୍ର କୁମାର ସେଠୀ, ଜି. ରାମସାମି ଙ୍କ ସହ ଶତାଧିକ ଗ୍ରାମବାସୀ ଏବଂ କଂଗ୍ରେସ କର୍ମୀ ଉପସ୍ଥିତ ରହି ପ୍ରଚାର କାର୍ଯ୍ୟ ଚଳାଇ ଥିଲେ ।
ରିପୋର୍ଟ : ଜିଲ୍ଲାପ୍ରତିନିଧି ନିମାଇଁ ଚରଣ ପଣ୍ଡା

