

ଛତ୍ରପୁର (ସମୃଦ୍ଧ ଓଡିଶା) ବିଭିନ୍ନ ସ୍ଥାନରୁ ଆସିଥିବା ରୋଗୀମାନେ ଛତ୍ରପୁର ମେଡିକାଲରେ କୁକୁର କାମୁଡା ଔଷଧ ଓ ଏକ୍ସଟ୍ରିମ ଜିନ ଔଷଧ ମିଳୁନଥିବା ଅଭିଯୋଗ କରିଛନ୍ତି । ରାଜ୍ୟ ସରକାରଙ୍କ ନିରାମୟ ଯୋଜନାରେ ଔଷଧ ମିଳୁନଥିବାରୁ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ଏହି ହସ୍ପିଟାଲ ଉପରେ ଛତ୍ରପୁର ସବଡ଼ିଭିଜନର ସମସ୍ତ ଅଧିବାସୀ ନିର୍ଭର କରନ୍ତି । ଏହା ସମସ୍ତଙ୍କ ପାଇଁ ଏକ ବିଶ୍ୱସନୀୟ ଓ ନିର୍ଭର ଯୋଗ୍ୟ ଡାକ୍ତର ଖାନା ହୋଇଥିବାରୁ ଦୂର ଦୂରାନ୍ତରୁ ଆସୁଥିବା ରୋଗୀମାନେ ବେଶ ଉପଶମ ପାଇଥାନ୍ତି । କିନ୍ତୁ ସାଧାରଣ ଓ ଗରିବ ରୋଗୀମାନେ ସେମାନଙ୍କ ଆବଶ୍ୟକୀୟ ଔଷଧ ପାଇପାରୁ ନ ଥିବାରୁ ନିରାମୟ ଯୋଜନା ଏକ ପ୍ରହାଳିକା ବୋଲି ଅଭିଯୋଗ ହେଉଛି । ଫଳରେ ନିରାମୟ ଯୋଜନାରୁ ଲାଭ ପାଉନଥିବା ରୋଗୀମାନେ ବାହାର ଦୋକାନରୁ ଔଷଧ କିଣିବାକୁ ବାଧ୍ୟ ହେଉଛନ୍ତି । ଏ ସମ୍ପର୍କରେ କର୍ତ୍ତୃପକ୍ଷ ଜାଣିଶୁଣି ନିରବ ରହୁଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ନିରାମୟ ଯୋଜନାକୁ ଠିକ୍ ରୂପେ କାର୍ଯ୍ୟ କରି ସାଧାରଣ ଓ ଗରିବ ରୋଗୀମାନଙ୍କୁ କୁକୁର କାମୁଡା ଔଷଧରି ଆରମ୍ଭ କରି ସମସ୍ତ ଔଷଧ ଯୋଗାଣ ପାଇଁ ସରକାର ଧ୍ୟାନ ଦେବାକୁ ଦାବି ହୋଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
