ଛତ୍ରପୁର ଯୁବ କଂଗ୍ରେସ ସଭାପତି ହେଲେ ରଞ୍ଜିତ ରଥ

ଛତ୍ରପୁର (ସମୃଦ୍ଧ ଓଡିଶା) : ଗତ କିଛିମାସ ତଳେ ସାରା ରାଜ୍ୟରେ ହୋଇଥିବା ଯୁବ କଂଗ୍ରେସ ନିର୍ବାଚନର ପଳାଫଳ ପ୍ରକାଶ ପାଇଛି । ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସ ପାଇଁ ହୋଇଥିବା ନିର୍ବାଚନରେ ସଭାପତି ଭାବରେ ବିକାଶ ପଶୁପାଳକ ନିର୍ବାଚିତ ହୋଇଥିବା ବେଳେ ରାଜ୍ୟ ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ଭାବରେ ଚିନ୍ମୟ କୁମାର ହୋତା ନିର୍ବାଚିତ ହୋଇଛନ୍ତି । ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ଭାବରେ ସୁପ୍ରଭା କୁମାରୀ ଦାସ ଏବଂ ସନାତନ ସାହୁ ନିର୍ବାଚିତ ହୋଇଛନ୍ତି । ଏହା ସହ ଜିଲ୍ଲାର ୧୩ ଗୋଟି ବିଧାନସଭାରେ ସଭାପତି ରୂପେ ବ୍ରହ୍ମପୁର ବିଧାନସଭାର ଯୁବ କଂଗ୍ରେସ ସଭାପତି ଭାବେ ତତସତ ସୁବୁଦ୍ଧି ନିର୍ଵାଚିତ ହୋଇଥିବା ବେଳେ ଆସିକାରୁ ଅଜିତ କୁମାର ମୁନି, ଭଞ୍ଜନଗରରୁ ସନ୍ତୋଷ କୁମାର ପ୍ରଧାନ, ଛତ୍ରପୁରରୁ ରଞ୍ଜିତ ରଥ, ଚିକିଟିରୁ ଦିବ୍ୟଞ୍ଜୟ ସାହୁ, ଦିଗପହଣ୍ଡିରୁ ଅରୁଣ କୁମାର ଭୂୟାଁ, ଗୋପାଳପୁରରୁ ରାଜୀବ ଖୁଣ୍ଟିଆ, ହିଂଜିଳିରୁ ସୁନୀଲ ମହାନ୍ତି, କବିସୂର୍ଯ୍ୟନଗରରୁ ସଞ୍ଜୟ କୁମାର ମାଦଳା, ପୋଲସରାରୁ ସାଇପ୍ରସାଦ ପାତ୍ର, ସାନଖେମୁଣ୍ଡିରୁ ପ୍ରଭାକର ତ୍ରିପାଠୀ ଓ ସୋରଡାରୁ ପ୍ରଫୁଲ୍ଲ ମଲ୍ଲିକ ନିର୍ବାଚିତ ହୋଇଛନ୍ତି । ଗଣତାନ୍ତ୍ରିକ ପ୍ରକ୍ରିୟାରେ ପ୍ରତ୍ୱେକ୍ଷ ଭୋଟ୍ ପ୍ରଣାଳୀରେ ଅନୁଷ୍ଠିତ ହୋଇଥିବା ଏହି ନିର୍ବାଚନରେ ଗଞ୍ଜାମ ଜିଲ୍ଲାରୁ ପ୍ରାୟ ୧୦୦୦୦ଯୁବକ ଯୁବତୀ ଅଂଶ ଗ୍ରହଣ କରଥିଲେ । ନିର୍ବାଚିତ ଯୁବ କଂଗ୍ରେସର କର୍ମକର୍ତ୍ତାମାନେ ପ୍ରତିକିୟା ପ୍ରକାଶ କରି କହିଛନ୍ତି ଯେ , ରାଜ୍ୟ ନବୀନ ସରକାରଙ୍କ ଦୁର୍ନୀତି , ବେକାରୀ ସମସ୍ୟା ଓ ନିଶା କାରବାର ବିରୁଦ୍ଧରେ ଆନ୍ଦୋଳନ କରିବା ସହ କେନ୍ଦ୍ରର ମୋଦି ସରକାରର ସାମ୍ପ୍ରଦୟିକତାବାଦୀ ନୀତି ଓ ସମ୍ବିଧାନର ସୁରକ୍ଷା ପାଇଁ ଯୁବ କଂଗ୍ରେସ ସବୁବେଳେ ଲଢେଇ କରିବ । (ଛତ୍ରପୁର ରୁ ନିମାଇ ଚରଣ ପଣ୍ଡା ଙ୍କରିପୋର୍ଟ)