
ଛତ୍ରପୁର(ସମୃଦ୍ଧଓଡିଶା)ଛତ୍ରପୁର ରୋଟାରୀ କ୍ଲବକୁ ରୋଟାରୀ ଜିଲ୍ଲା ଗଭର୍ଣ୍ଣର ପ୍ରଭୁଦତ୍ତ ସୁବୁଦ୍ଧି ବୁଧବାର ଛତ୍ରପୁର ରୋଟାରୀ କ୍ଲବ ପରିଦର୍ଶନରେ ଆସିଥିଲେ । ଅନୁଷ୍ଠିତ ସାମାରୋହରେ ଅନୁଷ୍ଠାନର ଆଭିମୁଖ୍ୟ ଏବଂ ବିଭିନ୍ନ ଜନସେବା ମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରି ଛତ୍ରପୁରର ରୋଟାରୀୟାନମାନଙ୍କୁ ସାଧୁବାଦର ସହ ଶ୍ରୀ ସୁବୁଦ୍ଧି କ୍ଲବର କର୍ମକର୍ତ୍ତାଙ୍କ ଭୁୟସୀ ପ୍ରସଂଶା କରିଥିଲେ । ଛତ୍ରପୁର ରୋଟାରୀ କ୍ଲବର ସଭାପତି ଏମ୍. ଧନଞ୍ଜୟ ରେଡ୍ଡୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାରୋଟାରୀ ଗଭର୍ଣ୍ଣର ଶ୍ରୀ ସୁବୁଦ୍ଧି ମୁଖ୍ୟଅତିଥୀ ଭାବେ ଯୋଗଦେଇ ରୋଟାରିୟାନ ମାନଙ୍କୁ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟରେ ସମସ୍ତେ ଏକାଠି ହୋଇ ସାମୂହିକକାର୍ଯ୍ୟ କରିବା ନିମନ୍ତେ ପରାମର୍ଶ ଦେଇଥିଲେ।ଏହା ସାଂଗକୁ ଛତ୍ରପୁର ରୋଟାରୀ କ୍ଲବ ପରିସରରେ ଏକ ଚକ୍ଷୁ ପରୀକ୍ଷା କେନ୍ଦ୍ର ସ୍ଥାପନ କରିବା ନିମନ୍ତେ ସହଯୋଗ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ଛତ୍ରପୁର ସହରର ସମାଜସେବୀ ଶ୍ରୀ ଡମ୍ବରୁଧର ସାହୁ ଓ ଓକିଲ ପଦ୍ମଚରଣ ସାହୁଙ୍କ ସହଧର୍ମିଣୀ ଶ୍ରୀମତୀ ଗୋଲାପୀ ସାହୁ ନୂତନ ସଦସ୍ୟ ଭାବେ ସଂଶ୍ଳିଷ୍ଟ ହେଲେ । ଜିଲ୍ଲା ରୋଟାରୀଗଭର୍ଣ୍ଣର ଆନୁଷ୍ଠାନିକ ଭାବେ ତାଙ୍କୁ ପଦକରେ ସମ୍ମାନୀତ କରି ସଭ୍ୟଭୁକ୍ତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆସିଷ୍ଟାଣ୍ଟ ଗଭର୍ଣ୍ଣର ଅସିତ୍ ଦତ୍ତ, ରୋଟାରୀୟାନ ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ସୁରଜିତ ସାମନ୍ତରାୟ ନିରଞ୍ଜନ ପାତ୍ର, ହାଇକୋର୍ଟ ଓକିଲ ପଦ୍ମ ଚରଣ ସାହୁ, ରମଣୀ ରଞ୍ଜନ ସାହୁ, ବିଘ୍ନେଶ୍ୱର ରଥ, ନିରୋଦ ନାୟକ, ଏସ୍. ରେଖା ମହାନ୍ତି, ସ୍ମରପ୍ରିୟା ପଲାଇ, ସ୍ବାଗତିକା ସାମନ୍ତରାୟଙ୍କ ସମେତ ବହୁ ସଭ୍ୟସଭ୍ୟା ଉପସ୍ଥିତ ଥିଲେ। ଶେଷରେ ରୋଟାରୀ କ୍ଲବର ସମ୍ପାଦକ ଇ. ନାଗେଶ୍ବର ରାଓ ଧନ୍ୟବାଦ ଦେଇଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା