

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ରୋଟାରୀ କ୍ଳବ ପକ୍ଷରୁ ଛତ୍ରପୁର ବ୍ଳକର ବିପୁଳିଙ୍ଗି ପଞ୍ଚାୟତର କରାତଳି ଗ୍ରାମରେ ଏକ ୨ ଦିନିଆ ପଶୁ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ସଭାପତି ନିରଞ୍ଜନ ପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଉପଖଣ୍ଡ ପଶୁ ଚିକିତ୍ସାଧିକାରୀ ଡା. ଦେବାନନ୍ଦ ପାତ୍ର, ଅବସରପ୍ରାପ୍ତ ପଶୁଧନ ନିର୍ଦ୍ଦେଶକ ଡା. ପ୍ରମୋଦ ପଟନାୟକଙ୍କ ସମେତ ସମସ୍ତ କର୍ମଚାରୀ ସାମିଲ ହୋଇ ୫ ଶହରୁ ଅଧିକ ଗୋମହିଷାଦି ପଶୁଧନଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରି ଆବଶ୍ୟକ ସେବା ଓ ଔଷଧ ପ୍ରଦାନ କରିଥିଲେ । ଛତ୍ରପୁର ରୋଟାରୀ କ୍ଲବ ସଭାନେତ୍ରୀ ଏସ ରେଖା ମହାନ୍ତି, ଛତ୍ରପୁର ବ୍ଳକ ଅଧ୍ୟକ୍ଷ ଏମ୍ ଧନଞ୍ଜୟ ରେଡୀ, ପ୍ରଫୁଲ୍ଲ ପଟନାୟକ, ସମ୍ପାଦିକା ସ୍ୱାଗତିକା ସାମନ୍ତରାୟ, କୋଷାଧ୍ୟକ୍ଷ ସୁରଜିତ ସାମନ୍ତରାୟ, ସ୍ଥାନୀୟ ସରପଞ୍ଚ ଟି ନରସିଂହ ରେଡି, ଜି ରଘୁନାଥ ରେଡି ପ୍ରମୁଖ ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା