

ଛତ୍ରପୁର (ସମୃଦ୍ଧ ଓଡିଶା) ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବି କରି ଗୁରୁବାର ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଓଡିଶା ବନ୍ଦ ଡାକରା ଦେଇଥିବାରୁ ଏନେଇ ଗତକାଲି ଛତ୍ରପୁର ବ୍ଲକ ସଂଯୋଜକ ଇଜୁ ଆମିନ୍ ଖାନ୍ ଙ୍କ ନେତୃତତ୍ୱରେ ସଂଙ୍ଗଠନର କର୍ମୀମାନେ ଗଂଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହର ଠାରେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରି ଦୋକାନ ବଜାର ବନ୍ଦ, ଜିଲ୍ଲାପାଳଙ୍କ ଅଫିସ ଠାରୁ ବିଭିନ୍ନ ଅଫିସ ବନ୍ଦ କରିବା ନିମନ୍ତେ ପିକେଡିଂ କରି ବନ୍ଦ କରିବା ନିମନ୍ତେ ଅନୁରୋଧ କରିଥିଲେ । ପୂର୍ବହ୍ନରେ ୯ଟା୨୦ ମିନିଟ୍ ରେ ସ୍ଥାନୀୟ ବଡ ରେଳଷ୍ଟେସନ ହାୱାଡ ଚେନ୍ନାଇ ମେଲ୍ ଗାଡିକୁ କିଛି ସମୟ ପାଇଁ ବନ୍ଦ କରିଥିଲେ । ସେହିପରି ସ୍ଥାନୀୟ ଜାତୀୟ ରାଜପଥ ମଧ୍ୟ ଅବରୋଧ କରିଥିଲେ । ଏହାକୁ ଛତ୍ରପୁର କଂଗ୍ରେସ ଦଳ ମଧ୍ୟ ସମର୍ଥନ କରି ଓଡିଶା ବନ୍ଦ କାର୍ଯ୍ୟରେ ଭାଗନେଇ ଥିଲେ । ଏଥିରେ ଛତ୍ରପୁର ଏନଏସିର କଂଗ୍ରେସ ସଭାପତି ଜଲାଲ୍ ଖାନ୍, ବଳିଆ ବେହେରା, ପୂର୍ବତନ ସରପଞ୍ଚ ଡି.ରାମସ୍ୱାମୀ ରେଡ୍ଡୀ ଓ ଟି.କ୍ରିଷ୍ଣା ରାଓ, ଭାଗିରଥୀ ବେହେରା, ସରେନ୍ଦ୍ର ସେଠୀ, ଗଣପତି ବାରିକ, ଗୋପାଳପୁର ଡକ୍ ୱାର୍କରସ୍ ୟୁନିୟନର ସଭାପତି ଜି.ଏରେୟା, ଗୁରୁଦେବ ବେହେରା, ଦୀପକ କୁମାର ରାଉଳ, ଅଭିଷେକ ପଟ୍ଟନାୟକ, ମହେଶ ଗୈାଡ, କୁନାଲ ସାସମଲ, ବିଶ୍ୱରଂଜନ ଦାଶ, ପ୍ରଦୀପ ନାହାକ, ରୁଦ୍ରେଶ୍ୱର ବେହେରା, ସୁବୋଧ ସୁମନ ସ୍ୱାଇଁ, ଏମ୍.ହାଡୁରେଡ୍ଡୀ, ପୂର୍ଣ୍ଣଚନ୍ଦ୍ର ଦାଶଙ୍କ ବହୁ ନେତା ଓ କର୍ମୀମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା











