ହିଞ୍ଜିଳିକାଟୁ (ସମୃଦ୍ଧଓଡିଶା)ଛତ୍ରପୁର ପୁଲିସ୍ ଲାଇନ୍ ନିକଟସ୍ଥ ଶାନ୍ତି ନଗରର ପୂଜାମଣ୍ଡପରେ ଚିତାକର୍ଷକ ମୃଣ୍ମୟୀ ଗଜଲକ୍ଷ୍ମୀ ମେଢ଼ରେ ପୂଜା ପାଉଛନ୍ତି । ଦୈନିକ ପ୍ରଭାତରୁ ମଧ୍ୟାହ୍ନ ଏବଂ ଅପରାହ୍ଣରୁ ରାତ୍ରୀ ୧୧ଘଣ୍ଟା ପର୍ଯ୍ୟନ୍ତ ଅସ୍ଥାୟୀ ପୂଜାମଣ୍ଡପରେ ମୃଣ୍ମୟୀ ଦେବୀ ମା’ ଗଜଲକ୍ଷ୍ମୀଙ୍କ ଷୋଡଶ ପୂଜାର୍ଚ୍ଚନା ଚାଲିଛି । ଯଜ୍ଞାନୁଷ୍ଠାନ ଓ ଷୋଡଶ ଉପଚାରରେ ପ୍ରଚଳିତ ବେଦମନ୍ତ୍ର ଧ୍ୱନିରେ ସ୍ଥାନଟି ପ୍ରକମ୍ଫିତ ହୋଇ ଉଠିଛି । ଯାହାକି ଗଜଲକ୍ଷ୍ମୀ ପୂଜା ସମ୍ଭାର ଉକ୍ତ ଅଞ୍ଚଳକୁ ଭକ୍ତିଭାବାପନ୍ନରେ ଆଧ୍ୟାତ୍ମିକ ଜାଗରଣ ସୃଷ୍ଟି କରିଛି । ଦୀର୍ଘ ୬ବର୍ଷ ଧରି ଗଜଲକ୍ଷ୍ମୀପୂଜା ପାର୍ବଣ ପୂଜାକମିଟୀ ଆନୁକୁଲ୍ୟରେ ଏଠାରେ ସମାହିତ ହୋଇଆସୁଅଛି । କଭିଡ ସମୟରେ କଟକଣା ଲାଗି ପୂଜା ପାଳନ ବନ୍ଦ ଥିଲା। ପୁଣି ଏହି ବର୍ଷରୁ ଆରମ୍ଭ ହେଲା। ଦୈନିକ ବିଳମ୍ବିତ ରାତ୍ରିରେ ଠାକୁରଙ୍କ ନିକଟରେ -ଭୋଗ ଲାଗି ହୁଏ । ସ୍ୱାଦିଷ୍ଟ ଆଜି ଅଣ୍ଣ-ପ୍ରସାଦରେ ଭକ୍ତମାନେ ଆପ୍ୟାୟିତ ହୋଇ ଆନନ୍ଦ ଅନୁଭବ କରି ଘରକୁ ଫେରିବା ନଜର ରଖିବାକୁ ମିଳିଛି। ଏହି ପୂଜା ମଣ୍ଡପରେ ମୃଣ୍ମୟୀ ଦେବୀଙ୍କ ପାର୍ବଣ ଶୁକ୍ରବାର ସନ୍ଧ୍ୟାରେ ଉଦଯାପିତ ହେବ ବୋଲି କୁହାଯାଇଛି ।
ରିପୋର୍ଟ : ରଜତ ପଟ୍ଟନାୟକ