

ଛତ୍ରପୁର (ସମୃଦ୍ଧ ଓଡିଶା) ରାଜ୍ୟ ସରକାରଙ୍କର ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକାରୀ ଓ ଗଞ୍ଜାମ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଛତ୍ରପୁର ଷ୍ଟାଡ଼ିୟମ ଠାରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ବ୍ରହ୍ମପୁର ବିଧାୟକ ଡ଼. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକମରେ ଉପସ୍ଥିତ ଥିବା କମ୍ପାନୀମାନେ ମେଳାରେ ଯୁବକମାନଙ୍କୁ ନିଯୁକ୍ତି ବିଷୟରେ ଜଣାଇବା ସହ ମେଳାର ସୁଯୋଗ ନେବାକୁ କହିଥିଲେ । ଏହି ଅବସରରେ ବ୍ରହ୍ମପୁର ଆର.ଏମ୍. କିଲ୍ଲାନା ଯୋଗଦେଇ ମୁଖ୍ୟମନ୍ତ୍ରୀ ନିଯୁକ୍ତି ଯୋଜନାରେ ୨୦୧୫ ମସିହାରୁ ନିଯୁକ୍ତି ନିମନ୍ତେ ଉଦ୍ୟମ ଚାଲିଛି ଓ ଡ଼େଭଲପମେଣ୍ଟ ଅଥରିଟି ପକ୍ଷରୁ ସବୁ ବେଳେ ଓଡ଼ିଶା ସ୍କିଲ୍ ଦକ୍ଷତା ବିକାଶ ପାଇଁ ଉଦ୍ୟମ ଚାଲିଛି, ଚଳିତ ବର୍ଷ ସୁଦ୍ଧା ୧୧ ଲକ୍ଷ ଯୁବକଙ୍କ ମଧ୍ୟରୁ ୮ଲକ୍ଷ ଯୁବକଙ୍କର ଦକ୍ଷତା ବିକାଶ କରାଯିବ ବୋଲି ସେ କହିଥିଲେ । ଏହି ଉଦଘାଟନ କାର୍ଯ୍ୟକ୍ରମରେ ଗଞ୍ଜ।ମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ବେହେରା, ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା, ଛତ୍ରପୁର ବ୍ଲକ୍ ଅଧ୍ୟକ୍ଷ ଏମ୍. ଧନଞ୍ଜୟ ରେଡ୍ଡି, ଉପାଧ୍ୟକ୍ଷ ଅମିତା ସାହୁ, ଛତ୍ରପୁର ବିଡ଼ିଓ ସଚିଦାନନ୍ଦ ନାୟକ ଯୋଗଦେଇ ମେଳା ସମ୍ବନ୍ଧୀୟ ନେଇ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଏହି ମେଳାରେ ରାଜ୍ୟ ଓ ରାଜ୍ୟ ବାହାରର ୪୨ଟି କମ୍ପାନୀ, ଜିଲ୍ଲାର ସମସ୍ତ ୨୨ଟି ବ୍ଲକ୍ ବ୍ରହ୍ମପୁର ମହାନଗର ନିଗମ, ୧୭ଟି ଏନଏସି ନିଯୁକ୍ତି ମେଳାରେ ଯୁବକ ଯୁବତୀମାନେ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଏମ୍ପେ୍ଲାଇମେଣ୍ଟ ଏକ୍ସଚେଞ୍ଜର ସମସ୍ତ କର୍ମଚାରୀ, ଛତ୍ରପୁର ବ୍ଲକର ସମସ୍ତ କର୍ମଚାରୀ ଓ ଯୁବ ବିଜୁ ବାହିନୀର ସଦସ୍ୟ ସଦସ୍ୟାମାନେ ପରିଚାଳନାରେ ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


