

ଛତ୍ରପୁର (ସମୃଦ୍ଧ ଓଡିଶା) ଷ୍ଟେସନ ରୋଡ ବ୍ୟବସାୟୀକ ଦୋକାନୀ ମାନଙ୍କ ପକ୍ଷରୁ ସ୍ଥାନୀୟ ରାମ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଷ୍ଟେସନ ରୋଡ ଦୋକାନୀ ମାନଙ୍କ ଅଞ୍ଚଳବାସୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହେବା ସହ ଆଗାମୀ ଦିନରେ କିଭଳି ବିଭିନ୍ନ ସମସ୍ୟା ସହ ସାମ୍ନା କରାଯିବା ତାହା ଆଲୋଚନା ହେବା ସହ ଏହି ଏକତାକୁ ବଜାଇ ରଖିବା ପାଇଁ ସମସ୍ତଙ୍କ ସମ୍ମତି କ୍ରମେ ଷ୍ଟେସନ ରୋଡ ବ୍ୟବସାୟୀକ ସଂଘ ନାମରେ ଏକ ସଂଘ ଗଢା ଯାଇଥିଲା । ସଂଘକୁ ପରିଚାଳନା କରିବା ପାଇଁ ସମସ୍ତଙ୍କ ସମ୍ମତି କ୍ରମେ ଯୁବ ଶ୍ରମିକ ନେତା ଇଜୁ ଅମିନ ଖାନଙ୍କୁ ସଂଘର ସଭାପତି ରୁପେ ସମସ୍ତ ବ୍ୟବସାୟୀକ ବ୍ୟକ୍ତିମାନେ ମନୋନୀତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରୁ ଉପ-ସଭାପତି ରୁପେ ପି.ଜଗନ୍ନାଥ ରେଡି ଓ ଗୋପାଳ କ୍ରୀଷ୍ଣା ସାମନ୍ତରାୟଙ୍କୁ ସଂପାଦକ ରୁପେ ରଘୁନାଥ ବେହେରା ଏବଂ କୋଷାଧ୍ୟକ୍ଷ ରୁପେ ଭଗବାନ ପ୍ରଧାନ ସହ-କୋଷାଧ୍ୟକ୍ଷ ରୁପେ ରାଘବ ଚନ୍ଦ୍ର ବେହେରା ପ୍ରମୁଖଙ୍କୁ ସଂଘ ପକ୍ଷରୁ ଦାୟିତ୍ୱ ଦିଆଯିବା ସହ ପରିଚାଳନା କମିଟି ସଦସ୍ୟ ରୁପେ ଏକ ପାଞ୍ଚ ଜଣିଆ କମିଟି ଗଠନ କରାଯାଇଥିଲା । ଏହି ବୈଠକରେ ଛତ୍ରପୁର ଉଠାଦୋକାନୀ ସଂଘ ସଭାପତି ନାରାୟଣ ରେଡି ସମେତ ବିଭିନ୍ନ ସଂଗଠନର ସଦସ୍ୟ ଉପସ୍ଥିତ ରହି ସଭାପତି ଇଜୁ ଅମିନ ଖାନଙ୍କୁ ସମସ୍ତେ ଶୁଭେଚ୍ଛା ଜଣାଇଥିଲେ । ଆଗାମୀ ଦିନେ ପ୍ରସାଶନର ସମସ୍ତ କୋଭିଡ୍ କଟକଣା ପଞ୍ଚସୂତ୍ର ନିୟମ ମାନି ଚଳିବା ପାଇଁ ମଧ୍ୟ ସଂଘ ପକ୍ଷରୁ ଗୁରୁତ୍ୱରୋପ କରାଯାଇଥିଲା ।

