

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ସହରର ବିଭିନ୍ନ ଅନୁଷ୍ଠାନରେ ୭୦ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି । ଗତକାଲି ସକାଳ ୭.୧୫ ମିନିଟ୍ ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସେହିପରି ଡ଼ିଆରଡ଼ିଏରେ ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ବେହେରା, ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା ଓ ଅତିରିକ୍ତ ପିଡ଼ି ପ୍ରିୟରଞ୍ଜନ ପୃଷ୍ଟି ପତାକା ଉତ୍ତୋଳନ କରିଥିଲେ । ଗଞ୍ଜାମ ଏସପିଙ୍କ କାର୍ଯ୍ୟାଳୟରେ ଏସପି ବ୍ରିଜେଶ କୁମାର ରାଏ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଜିଲ୍ଲାପାଳ ଦେବବ୍ରତ ସାହୁ, ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟରେ ବଳରାମ ସେଠୀ, ଅବକାରୀ କାର୍ଯ୍ୟାଳୟରେ ଅଧିକ୍ଷକ ରାମଚନ୍ଦ୍ର ମିଶ୍ର, ଜିଲ୍ଲା ସର୍ବ ଶିକ୍ଷା ଅଭିଯାନ କାର୍ଯ୍ୟାଳୟରେ ଡ଼ିପିସି ବିନିତା ସେନାପତି, ଛତ୍ରପୁର ବ୍ଲକରେ ବିଡ଼ିଓ ସଚିଦାନନ୍ଦ ନାୟକ ଓ ଅଧ୍ୟକ୍ଷ ଏମ୍. ଧନଞ୍ଜୟ ରେଡ୍ଡି, ତହସିଲ କାର୍ଯ୍ୟାଳୟରେ ପ୍ରବେଶିନାରି ଆଇଏସ୍ ଅଫିସ ପି. ଅନ୍ୱେଷା ରେଡ୍ଡି, ଏନଏସି କାର୍ଯ୍ୟାଳୟରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ, ଜିଲ୍ଲା ଯୋଗାଣ କାର୍ଯ୍ୟାଳୟରେ ଯୋଗାଣ ଅଧିକାରୀ ବିଷ୍ଣୁ ପ୍ରସାଦ ସୁପ୍ରକାର, ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଅଧ୍ୟକ୍ଷ ଡାକ୍ତର କାହ୍ନୁଚରଣ ପାତ୍ର, ଛତ୍ରପୁର ଥାନାରେ ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟ ରାଏ, ପୂର୍ତ ବିଭାଗ କାର୍ଯ୍ୟାଳୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଜି. ରାଜୁ ଗୋପାଳ ରାଓ, ଶ୍ରମ କାର୍ଯ୍ୟାଳୟରେ ଶ୍ରମ ଅଧିକାରୀ ଶିବ ନାରାୟଣ ସାହୁ, ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟରେ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡ଼ଙ୍ଗି, ଅନସ୍ଲୋ ଅନୁଷ୍ଠାନରେ ପରିଚାଳନା କମିଟି ଅଧ୍ୟକ୍ଷ ଦିଲ୍ଲିପ ସାମଲ, ପ୍ରଧାନ ଶିକ୍ଷକ ରାଧାକୃଷ୍ଣ ନାୟକ, ପୁଲିସ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଭାଗିରଥି ସ୍ୱାଇଁ, ସମର୍ଥ ଅନୁଷ୍ଠାନରେ ସମ୍ପାଦକ କେ. ଆନନ୍ଦ ରାଓ ଓ ଯୁବ ସମାଜସେବୀ ସୁଧୀର ପଟ୍ଟନାୟକ, ରୋଟାରୀ କ୍ଲବ ଠାରେ ପ୍ରଫୁଲ କୁମାର ପଟ୍ଟନାୟକ, ଓକିଲ ସଂଘ ଠାରେ ସଭାପତି ଏ. ଶିବରାମ ରେଡ୍ଡି, ଗୋପାଳପୁର ଡ଼କ୍ ୱାର୍କସ ୟୁନିଅନ କାର୍ଯ୍ୟାଳୟରେ ସଭାପତି ଜି. ଏରେୟା, ଋଷିକୁଲ୍ୟା ରୟତ ମହାସଭା କାର୍ଯ୍ୟାଳୟରେ ସମ୍ପାଦକ ସିମାଂଚଳ ନାହାକ, ବିଜେପି କାର୍ଯ୍ୟାଳୟରେ ନଗର ସଭାପତି ପ୍ରଦୀପ କୁମାର ପାଢୀ, ବସନ୍ତ ବେହେର, ଚମାଖଣ୍ଡି ସିପିଆଇ ଅଫିସ କାର୍ଯ୍ୟାଳୟରେ ଜିଲ୍ଲା ସହ ସଂପାଦକ ନୀଳକଣ୍ଠ ଦାଶ ଓ ଜୋନାଲ୍ ସମ୍ପାଦକ ସିଏଚ୍ ଜନାର୍ଦ୍ଦନ ରେଡ୍ଡି ପତାକା ଉତୋଳନ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା








