ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ସାହିତ୍ୟ ଘର ପକ୍ଷରୁ ଓ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦଳିତ ସହାୟକ ପ୍ରତିଷ୍ଠାନ ଉଦ୍ୟମରେ ୧୫ଜୁଲାଇ ଠାରୁ ଆଜି ପର୍ଯ୍ୟନ୍ତ ପରିବେଶ ସୁରକ୍ଷା ସଚେତନତା କରାଯାଇ ବୃକ୍ଷରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ କରାଯାଇଛି । ଏହି ଅବସରରେ ଲୋଏର ବସଷ୍ଟାଣ୍ଡ ସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଜନସାଧାରଣଙ୍କୁ ବୃକ୍ଷରୋପଣ ପାଇଁ ପ୍ରୋତ୍ସାହିତ କରାଯିବା ସହ ବୃକ୍ଷ ରୋପଣ ଲାଗି ଜନ ଜାଗରଣ ସହ ଚାରାବଣ୍ଟନ କରାଯାଇଛି । ଦଳିତ ସହାୟକ ପ୍ରତିଷ୍ଠାନର ସଭାପତି କାଳୁ ଚରଣ ନାୟକ, ସଂପାଦକ ଜଗନ୍ନାଥ ଦାସ, ଶ୍ରୀହରି ନାୟକ, ଦେବରାଜ ନାୟକ, ସିମାଞ୍ଚଳ ନାୟକ ଏବଂ ସସାଂର ଅନୁଷ୍ଠାନ ରମେଶ ସାହୁ ପ୍ରମୁଖ ଯୋଗଦେଇ ଚାରା ବଣ୍ଟନ କରିବା ସହ ବୃକ୍ଷ ରୋପଣ କରିଥିଲେ । ଏହି ଅବସରରେ ବିଭିନ୍ନ କାର୍ଯ୍ୟାଳୟ ପରିସର ଯଥା- ଛତ୍ରପୁର ଥାନା , ପିଡବ୍ଲୁଡି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କଡରେ ବିଭିନ୍ନ ରକମର ଚାରା ରୋପଣ କରାଯାଇଛି । ଥାନା ପରିସରରେ ଥାନା ଅଧିକାରୀ ପ୍ରିୟସ୍ ରଂଜନ ଛୋଟରାୟ ଚାରା ରୋପଣ କରିଥିଲେ । ଏହାସହ ସାହିତ୍ୟଘରର ସାଧାରଣ ସମ୍ପାଦକ ଡ଼.ଅଜୟ କୁମାର ତ୍ରିପାଠୀ, କାର୍ଯ୍ୟକାରୀ ସଂପାଦକ ଅମୀୟ କୁମାର ଧଳ, ଉପଦେଷ୍ଟା ଗୋକୁଳ ଚନ୍ଦ୍ର ପଣ୍ଡା ଓ ମୃତ୍ୟୁଞ୍ଜୟ ତ୍ରିପାଠୀ, ତ୍ରିନାଥ ସାହୁ, ଉପସଭାପତି ଡ଼.ରାଜେନ୍ଦ୍ର କୁମାର ଦାଶ, ସଂଯୋଜକ ଅଜିତ କୁମାର ସେଠିଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା