ଛତ୍ରପୁର(ସମୃଦ୍ଧ ଓଡିଶା)ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ଦିବସ ଅବସରରେ ଛତ୍ରପୁରର ଅଗ୍ରଣୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସେଣ୍ଟ-ଜାଭିୟର ପବ୍ଲିକ ସ୍କୁଲରେ ଏକ ନିଆରା ଶିଶୁସଂସାର କାର୍ଯ୍ୟକ୍ରମ କୁନିରାଇଜ ସୋମବାର ଆୟୋଜିତ ହୋଇଥିଲା । ଶିଶୁମାନଙ୍କ ମନରେ ଉତ୍ସାହ ଭରି ନୂତନ ଜାଗରଣ ସୃଷ୍ଟି କରିଛନ୍ତି ! ଯାହା ପିଲାମାନଙ୍କ ଉଦ୍ଦେଶ୍ୟରେ ଏକ ଭିନ୍ନ ପ୍ରୟାସ ଆଣିଛନ୍ତି । ଛତ୍ରପୁରର ଅଗ୍ରଣୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସେଣ୍ଟ-ଜାଭିୟର ପବ୍ଲିକ ସ୍କୁଲରେ ଶିଶୁମାନଙ୍କ ମଧ୍ୟରେ କୁନିରାଇଜ କାର୍ଯ୍ୟକ୍ରମ ର ଆୟୋଜନ ଏକ ଭିନ୍ନ ପ୍ରୟାସ ଥିଲା । ଯାହାକି ସମସ୍ତ ଅଭିଭାବକଙ୍କ ମହଲରେ ଏକ ଖୁସିର ବତ୍ତାବରଣ ଆଣି ସଭିଙ୍କ ମନରେ ଅନେକ ଉତ୍ସାହ ଭରିଦେଇଥିଲା । ବିଦ୍ୟାଳୟର ଶୈକ୍ଷିକ ପରିବେଶ, ଶିଶୁମାନଙ୍କର ଗୁଣାତ୍ମକମାନ ଓ ବୌଦ୍ଧିକ ଜ୍ଞାନ ବୃଦ୍ଧିକରିବା ସହ ଶିଶୁମାନଙ୍କୁ ସ୍ୱାବଲମ୍ବନଶୀଳ କରାଇବା ଚିନ୍ତନ ଦେଇଛନ୍ତି, ଛତ୍ରପୁରର ଏହି ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସେଣ୍ଟ-ଜାଭିୟର ପବ୍ଲିକ ସ୍କୁଲର ଅଭିଭାବକଙ୍କ ମହଲରେ ଆଣିଦେଇଛି ଅନେକ ଉତ୍ସାହ ଓ ଉନ୍ମାଦନା ।। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ସଭିଏଁ ସାଧୁବାଦ ଜଣାଇଛନ୍ତି । ବିଦ୍ୟାଳୟର ଚେୟାରମ୍ୟାନ ବୀରସେନ ବେହେରା, ଭାଇସ-ଚେୟାରମ୍ୟାନ ସ୍ମୃତିରେଖା ବେହେରା, ଅଧ୍ୟକ୍ଷା ଭାରତୀ ଆଚାରୀ, ଉପାଧ୍ୟକ୍ଷା ନୀଲୁଫାର୍ ହୁସେନ ପ୍ରମୁଖଙ୍କ ମିଳିତ କାର୍ଯ୍ୟ-ପରିଚାଳନା ବେଶ ବୋଧଗମ୍ୟ ହୋଇପାରିଛି । ବାସ୍ତବିକ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଭୂୟସୀ ପ୍ରଶଂସା ହୋଇଛି ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା