




ଛତ୍ରପୁର(ସମୃଦ୍ଧ ଓଡିଶା)ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଛତ୍ରପୁର ଅନସ୍ଲୋ ଇନସଟ୍ୟୁସନ ବା ଛତ୍ରପୁରର ଏହି ଏକ ବାଳକ ହାଇ ସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହାକୁ ସ୍ଥାନୀୟ ବ୍ଲକ ଶିକ୍ଷାଧିକାରୀ ଅବିନାଶ ଶତପଥୀ ଉଦଘାଟନ କରିଥିବା ବେଳେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବାଉରୀ ବନ୍ଧୁ ପଣ୍ଡା ସଂଯୋଜନା କରିଥିଲେ । ମିନିଷ୍ଟାଡିଅମ ରେ ଆୟୋଜିତ ଏହି କ୍ରୀଡା ଉତ୍ସବରେ ପ୍ରଧାନ ଶିକ୍ଷକ ପଣ୍ଡା ସଭାପତିତ୍ୱ କରିଥିବା ବେଳେ ଜଗଦୀଶ ପଲେଇ, ନାରାୟଣ ରଥ , ରମଣୀ ରଞ୍ଜନ ପଣ୍ଡା , ସନ୍ତୋଷ ବିଶୋଇ ,ଶ୍ରୀମତୀ ଅମୃତା ପାଣିଗ୍ରାହୀ ,ତୁହିନା ମହାପାତ୍ର ,ଦେବସ୍ମିତା ମହାନ୍ତି ,ସୁଚିତ୍ରା ପାଣିଗ୍ରାହୀ, ଅନିତା ଦାସ,ସୁଜାତା ପାତ୍ର ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇ ବିଭିନ୍ନ କ୍ରୀଡା ପରିଚାଳନା କରିଥିଲେ ।
ରିପୋର୍ଟ : ଜିଲ୍ଳା ପ୍ରତିନିଧି ନିମାଇଁ ଚରଣ ପଣ୍ଡା