
ଛତ୍ରପୁର (ସମୃଦ୍ଧ ଓଡିଶା) ବିଜେଡି ରାଜ୍ୟ ଉପସଭାପତି ଚନ୍ଦ୍ର ଶେଖର ସାହୁ ଓ ବିଜେଡି ରାଜ୍ୟ ସାଧାରଣ ସଂପାଦକ ବିକ୍ରମ ପଣ୍ଡାଙ୍କୁ ଛତ୍ରପୁର ୧୬ ନମ୍ବର ଜାତୀୟ ରାଜପଥ ନିକଟ ଏକ୍ରାମନଗର ଠାରେ ପୂର୍ବତନ କାଉନସିଲର ଟି.ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱରେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଧନା କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ବିଜେଡି ଯୁବନେତା ଅହୀଭୂଷଣ ସାହୁ, ଜଗଦୀଶ୍ ରାଓ, ବଳରାମ ରେଡ୍ଡି, ନାଗେଶ୍ୱର ରାଓଙ୍କ ସମେତ ବହୁ ବିଜେଡି କର୍ମୀମାନେ ଅଂଶ ଗ୍ରହଣ କରିଥିଲେ । ସେହିପରି ଛତ୍ରପୁର ଏନ୍ଏସିର ପୂର୍ବତନ କାଉନସିର କିଶୋର ଚନ୍ଦ୍ର ସେନାପତି ଓ ପୂର୍ବତନ ଉପାଧ୍ୟକ୍ଷା ୱାଣି ସେନାପତି ତାଙ୍କ ସମର୍ଥକଙ୍କୁ ଧରି ବିଜେଡି ରାଜ୍ୟ ଉପସଭାପତି ଶ୍ରୀ ସାହୁ ଓ ସାଧାରଣ ସଂପାଦକ ଶ୍ରୀ ପଣ୍ଡାଙ୍କ ବ୍ରହ୍ମପୁର ସ୍ଥିତ ନିଜସ୍ୱ ବାସଭବନ ପହଞ୍ଚି ଶୁଭେଚ୍ଛା ଜଣାଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା



