




ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଛତ୍ରପୁର ସହରର ବିଭିନ୍ନ ସ୍ଥାନରେ ୭୩ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଛତ୍ରପୁର ସ୍ଥିତ ପୋଲିସ ପଡ଼ିଆଠାରେ ୭୩ତମ ସ୍ୱାଧୀନତା ଦିବସ ମହାସମାରୋହ ପାଳିତ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଏହାସହ ଦେଶ ମାତୃକାର ସେବା କରି ନିଜର ଜୀବନକୁ ଉତ୍ସର୍ଗ କରିଥିବା ଶହୀଦମାନଙ୍କୁ ମନେ ପକାଇଥିଲେ । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୋନାମ ପଲେଇ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର ସାହୁ, ଛତ୍ରପୁର ଉପାଜିଲ୍ଲପାଳ ପ୍ରିୟରଞ୍ଜନ ପୃଷ୍ଟି, ଭି.ଏଡିଏମ କବିନ୍ଦ୍ର କୁମାର ସାହୁ, ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଗଂଜାମ ଜିଲ୍ଲାପାଳ ସହ ପତ୍ନୀ ନିମଳା ଅମୃତା କୁଲାଙ୍ଗେ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଲିଓ ଆଇଏଏସ କ୍ରିତି ଭାଷଣ ପ୍ରଦାନ କରିଥିବା ବେଳେ ପରେଡକୁ ଆରଇ ଗଙ୍ଗାଧର ଧାଙ୍ଗର ପରିଚାଳନା କରିଥିଲେ ।






ସ୍ୱାଧୀନତା ଦିବସ ପାଳନ ଅବସରରେ ମୋଟ ୩୮ଟି ଦଳ ପ୍ୟାରେଡରେ ଭାଗ ନେଇ ପ୍ୟାରେଡ ପରିବେଷଣ କରିଥିଲେ । ଏହାପରେ ଛତ୍ରପୁରର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।










ସେହିପରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମଧ୍ୟ ୭୩ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସମେତ ସମସ୍ତ କାର୍ଯ୍ୟାଳୟର ଅଧିକାରୀମାନେ ଯୋଗଦେଇ ପତାକା ଉତ୍ତୋଳନ କରି ଜାତୀୟ ସଂଗୀତ ଗାନ କରି ଏହି ଦିବସକୁ ପାଳନ କରାଯାଇଛି ।


ସେହିପରି ଥାନା ଅଧିକାରୀଙ୍କ କାର୍ଯ୍ୟାଳୟରେ ମଧ୍ୟ ୭୩ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସମସ୍ତ ପୋଲିସ ଅଧିକାରୀମାନେ ଅଂଶ ଗ୍ରହଣ କରି ପତାକା ଉତ୍ତୋଳନ କରିଥିଲେ ଏବଂ ଜାତୀୟ ସଂଗୀତ ଗାନ କରି ଏହି ଦିବସକୁ ପାଳନ କରିଥିଲେ ।




ସେହିପରି ଛତ୍ରପୁର ବ୍ଳକ ଠାରେ ମଧ୍ୟ ୭୩ତମ ସ୍ୱାଧୀନତା ଦିବସ ପାଳିତ କରାଯାଇଥିଲା ସେଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଚେୟାରମ୍ୟାନ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । ଏଥିରେ ବ୍ଲକର ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।

ସେହିପରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମଧ୍ୟ ୭୩ତମ ସ୍ୱାଧୀନତା ଦିବସ ପାଳିତ କରାଯାଇଥିଲା । ଏହି ଆବସରରେ ଉପଜିଲ୍ଲାପାଳଙ୍କ ସମେତ ସମସ୍ତ କାର୍ଯ୍ୟାଳୟର ଅଧିକାରୀ ଅଂଶ ଗ୍ରହଣ କରି ପତାକା ଉତ୍ତୋଳନ କରିଥିଲେ ଏବଂ ଜାତୀୟ ସଙ୍ଗୀତ ଗାନ କରିଥିଲେ ।

ସେହିପରି ଶ୍ରମ ବିଭାଗର ଓ ଛତ୍ରପୁର ଏନଏସି କାର୍ଯ୍ୟାଳୟରେ ମଧ୍ୟ ୭୩ତମ ସ୍ୱାଧୀନତା ଦିବସ ପାଳିତ କରାଯାଇଥିଲା । ଏହି ଆବସରରେ ସମସ୍ତ ଶ୍ରମ ବିଭାଗର ଓ ଛତ୍ରପୁର ଏନଏସି କାର୍ଯ୍ୟାଳୟର ଅଧିକାରୀମାନେ ଅଂଶ ଗ୍ରହଣ କରି ପତାକା ଉତ୍ତୋଳନ କରିଥିଲେ ଏବଂ ଜାତୀୟ ସଙ୍ଗୀତ ଗାନ କରିଥିଲେ ।



ସେହିପରି ଛତ୍ରପୁରର ଅବକାରୀ ବିଭାଗ କାର୍ଯ୍ୟାଳୟରେ ମଧ୍ୟ ୭୩ତମ ସ୍ୱାଧୀନତା ଦିବସ ପାଳିତ କରାଯାଇଥିଲା । ଏହି ଆବସରରେ ସମସ୍ତ କାର୍ଯ୍ୟାଳୟର ଅଧିକାରୀମାନେ ଅଂଶ ଗ୍ରହଣ କରି ପତାକା ଉତ୍ତୋଳନ କରିଥିଲେ ଏବଂ ଜାତୀୟ ସଙ୍ଗୀତ ଗାନ କରିଥିଲେ ।

ସେହିପରି ଛତ୍ରପୁର ଜେଲରେ ମଧ୍ୟ ୭୩ତମ ସ୍ଵାଧୀନତା ଦିବସ ପାଳନ କରାଯାଇ ପତାକା ଉତ୍ତୋଳନ କରାଯାଇ ଜାତୀୟ ସଂଗୀତ ଗାନ କରାଯାଇଛି । ଏଥିରେ ସମସ୍ତ ଜେଲର କର୍ମକର୍ତ୍ତାମାନେ ଅଂଶ ଗ୍ରହଣ କରିଥିଲେ ।

ସେହିପରି ଛତ୍ରପୁରର କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ କ୍ଷୁଦ୍ର ଜଳସେଚନ ଅଣୁବିଭାଗରେ ମଧ୍ୟ ୭୩ତମ ସ୍ଵାଧୀନତା ଦିବସ ପାଳନ କରାଯାଇ ପତାକା ଉତ୍ତୋଳନ କରି ଜାତୀୟ ସଂଗୀତ ଗାନ କରାଯାଇଥିଲା । ଏଥିରେ ସମସ୍ତ କର୍ମକର୍ତ୍ତାମାନେ ଅଂଶ ଗ୍ରହଣ କରିଥିଲେ ।


ସେହିପରି ଛତ୍ରପୁର ସରସ୍ୱତୀ ଶିଶୁ ମନ୍ଦିର ବିଦ୍ୟାଳୟରେ ମଧ୍ୟ ୭୩ତମ ସ୍ୱାଧୀନତା ଦିବସ ପାଳନ କରାଯାଇ ପତାକା ଉତ୍ତୋଳନ କରାଯାଇଛି । ଏଥିରେ ସମସ୍ତ ଗୁରୁଜି ଗୁରୁମାଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା