ଛତ୍ରପୁରର ସାମୁହିକ ବିକାଶ ନିମନ୍ତେ ଓକିଲ ସଂଘର ବୈଠକ:ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଜିଲ୍ଲାପାଳଙ୍କୁ ଦେବେ ଦାବୀ ପତ୍ର…

ଛତ୍ରପୁର (ସମୃଦ୍ଧ ଓଡିଶା) ଗତକାଲି ଛତ୍ରପୁର ସହରର ସାମୁହିକ ବିକାଶ ନିମନ୍ତେ ଛତ୍ରପୁର ଓକିଲ ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଛତ୍ରପୁର ଓକିଲ ସଂଘ ସଭାପତି କେ.ଶିବାରମ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କରାଯାଇଥିଲା । ଏହି ବୈଠକରେ ସଂଘ କାର୍ଯ୍ୟାଳୟରେ ଛତ୍ରପୁର ବିଭିନ୍ନ ମୁଖ୍ୟ ସମସ୍ୟା ଉପରେ ଆଲୋଚନା କରାଯାଇଛି । ଯେପରି କି ଛତ୍ରପୁର ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ତୁରନ୍ତ ଖୋଲାଯିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିବା ବେଳେ ପ୍ରଶାସନ ଜାଣିଶୁଣି ଏହାକୁ କରାଇଦେଉ ନାହିଁ ବୋଲି ଆଇନଜିବୀ ପ୍ରଦୀପ କୁମାର ପାଢୀ ନିଜ ବକ୍ତବ୍ୟ କହିଥିଲେ । ଏହାକୁ ସମସ୍ତେ ସମର୍ଥନ ମଧ୍ୟ କରିଥିଲେ । ତେଣୁ ଜୁଲାଇ ମାସରେ ଏହା କାର୍ଯ୍ୟକାରୀ କରିବା ନିମନ୍ତେ ଦାବୀ କରାଯାଇଛି । ଏହାସହ ଛତ୍ରପୁର ଠାରେ ସମସ୍ତ ସୁପରଫାଷ୍ଟ ଟ୍ରେନ ରହଣୀ, ପନିପରିବାର ବ୍ୟବସାୟୀମାନଙ୍କ ଉଠା ଦୋକାନୀମାନଙ୍କ ନିମନ୍ତେ ଭ୍ୟାଣ୍ଡିଂ ଜୋନ କରିବା, ଟ୍ରାଫିକ ସମସ୍ୟା ଦୂର କରିବା, ଛତ୍ରପୁର ଏନଏସିକୁ ମୁନିସିିପାଲଟି ମାନ୍ୟତା ଦେବା, ଛତ୍ରପୁର ଚିକିତ୍ସାଳୟକୁ ଜିଲ୍ଲା ଚିକିତ୍ସାଳୟ ମାନ୍ୟତା ଦେବା, ଆବଶ୍ୟକୀୟ ଅନୁଯାୟୀ ସମସ୍ତ ଡାକ୍ତର ଓ କର୍ମଚାରୀ ପଦବୀ ପୂରଣ କରିବା, ଡାକ୍ତର ମାନେ ହେଡକ୍ୱାଟରରେ ରହିବା ଉପରେ ଆଇନଜିବୀ ବି.ଶ୍ରୀନିବାସ ରାଓ କହିଥିଲେ । ସେହିପରି ଛତ୍ରପୁର ରିକାପଲ୍ଲୀ ଛକରେ ହେଉଥିବା ହାଟକୁ ସ୍ଥାନାନ୍ତର କରିବା, ମାଛ କିମ୍ବା ମାଂସ ଦର ନିର୍ଦ୍ଧାରିତ ବୋର୍ଡ ଦୋକାନୀ ଲଟକାଇବା, ଆହୁରୀ ୨/୩ ଓପେନ୍ ଜିମ୍ ଖୋଲିବା, ଛତ୍ରପୁର ଠାରେ ଔଷଧୀ ଉଦ୍ୟାନ ଗାର୍ଡେନ କରିବା, ଅତିରିକ୍ତ ଏସପିଙ୍କ ବାସଭବନ ନିକଟରେ ଥିନା ସିନିୟର ସିଟିଜେନ କାର୍ଯ୍ୟାଳୟରେ ଲାଇବ୍ରେରୀର ବ୍ୟବସ୍ଥା କରିବା ଉପରେ ଅପରବସଷ୍ଟାଣ୍ଡ ବଣିକ ସଂଘର ସଭାପତି ତଥା ପୂର୍ବତନ କାଉନସିଲର ବି.ରାଜୁବାବୁ କହିଥିଲେ । ଛତ୍ରପୁର ନିକଟ କାଳିଢାବା ଠାରୁ ଉଜ୍ୱଳେଶ୍ୱରୀ ପର୍ଯ୍ୟନ୍ତ ଓଭରବ୍ରିଜ୍ ନିର୍ମଣା କରିବା ସହ ଛତ୍ରପୁର ସହର ବିଭିନ୍ନ ସମସ୍ୟା ଉପରେ ପୂର୍ବତନ ନଗରପାଳ ତଥା ପୂର୍ବତନ ଓକିଲ ସଂଘର ସଭାପତି ରାମଚନ୍ଦ୍ର ବେହେରା କହିଥିଲେ । ଏହାସହ ଛତ୍ରପୁର ନାଗରିକ କମିଟି ର ସଭାପତି ଗୋକୁଳ ଚନ୍ଦ୍ର ପଣ୍ଡା ପରିମଳ ବ୍ୟବସ୍ଥା ସୁଧାର ଆଣିବା, ମାଙ୍କଡ ଉପଦ୍ରବ ରୋକିବା ଏବଂ ପୁରୁଣା ବସଷ୍ଟାଣ୍ଡ ସମସ୍ତ ସିଟିବସ ଆଣିବା ଉପରେ କହିଥିଲେ । ମଝିବଜାର ବଣିକ ସଂଘର ସଭାପତି କିଶୋର ଚନ୍ଦ୍ର ସେନାପତି, ରିକାପଲ୍ଲୀ ବ୍ୟଘ୍ରଦେବୀ ବଣିକ ସଂଘ ସଭାପତି ଲକ୍ଷ୍ମୀନାରାୟଣ ପଣ୍ଡା, ବଜାର ବଣିକ ସଂଘର ସଭାପତି ପ୍ରଫୁଲ କୁମାର ସେନାପତି, ରୋଟାରୀୟନ ପ୍ରଫୁଲ କୁମାର ପଟ୍ଟନାୟକ କେନ୍ଦ୍ରୀୟ ବିଦ୍ୟାଳୟ ଠାରୁ ଆରମ୍ଭ ଟ୍ରେଡ ଲାଇସେନ୍ସ ବିଭିନ୍ନ ସାମୁହିକ ସମସ୍ୟା ଉପରେ ଆଲୋଚନା କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଓକିଲ ସଂଘର ଉପସଭାପତି ସନ୍ତୋଷ କୁମାର ପଶୁପାଳକ, ସପାଦକ ଏସ୍.ଶ୍ୟାମ ରାଓ, ସରକାରୀ ଓକିଲ ଭୈରବୀ କୁମାର ପଟ୍ଟନାୟକ ଓ କାଳି ପ୍ରସାଦ ଦାସ, ଆଇନଜିବୀ ରାମକୃଷ୍ଣ ଦାସ, ସୂର୍ଯ୍ୟରେଡ୍ଡୀ, ମୋହନ ରେଡ୍ଡୀ, ପ୍ରମୋଦ କୁମାର ପୁରୋହିତ, ରାଜେନ୍ଦ୍ର ସେନାପତିଙ୍କ ସମେତ ସମସ୍ତ ବ୍ୟବସାୟୀ ସଂଘର କର୍ମକର୍ତ୍ତା, ସମାସେବୀ, ଏବଂ ଆଇନଜିବୀମାନେ ଅଂଶ ଗ୍ରହଣ କରିଛନ୍ତି । ଶେଷରେ ଆଜି ବିଭିନ୍ନ ସାମୁହିକ ସମସ୍ୟା ସମାଧାନ ନିମନ୍ତେ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯିବ ବୋଲି ଓକିଲ ସଂଘ ପକ୍ଷରୁ ସୂଚନା ଦେଇଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା