

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ମହାବୀର ନଗର, ରେଳୱେ କଲୋନୀ ଠାରେ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ଭକ୍ତମାନେ ସାମିଲ ହୋଇଥିଲେ । ଖଟିଆ ରାମଚନ୍ଦ୍ରପୁର(ଶାସନ) ଗ୍ରାମର ମୁଖ୍ୟ ପୁରୋହିତ ପ୍ରଚାରକ ପଣ୍ଡିତ ସପନ କୁମାର ଶତପଥୀ ଶର୍ମାଙ୍କ ପୌରହିତ୍ୟରେ ୧୦୦୮ ମହିଳା ମାନେ ଋଷିକୂଲ୍ୟା ନଦୀ ଠାରୁ କଳସରେ ଜଳ ନେଇ ଆସିଥିଲେ । ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଅଖିଳ ଭାରତୀୟ ପଞ୍ଚତେରାଭିତ୍ୟାଗୀ ଅଯୋଧ୍ୟା ମହନ୍ତ ପରମେଶ୍ୱର ଦାସ, ନାମାଚାର୍ଯ୍ୟ କରାତଳି ଗ୍ରାମର ବ୍ରହ୍ମଚେତନା ପୀଠର ଲକ୍ଷ୍ମୀନାରାୟଣ ଦାସଜୀ ମହାରାଜ ପ୍ରମୁଖ ସପ୍ତମ ଦିବସ ଧରି ପ୍ରତିଷ୍ଠା ଉତ୍ସବରେ ପୂଜା, ହୋମ, ଯଜ୍ଞ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା । ଏଥିସହ ସର୍ବସାଧାରଣ ଭକ୍ତଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


