

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ସଭା ଗୃହରେ ସାହିତ୍ୟ ସଂସ୍କୃତି ସଂସଦ ଆନୁକୂଲ୍ୟରେ ଓଡ଼ିଆ ନବବର୍ଷ ଓ ମହା ବିଷୁବ ସଂକ୍ରାନ୍ତି ପାଳନ କରାଯାଇଛି । ଆମ ଭାଷା ଆମ ଗୌରବ ବିଷୟ ଉପରେ ଆଲୋଚନା ଚକ୍ର ଓ କବିତା ଆସର କରାଯାଇ ଓଡିଶା ଭାଷାର ସୁରକ୍ଷା ଓ ପ୍ରଚାର ପ୍ରସାର ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଅନୁଷ୍ଠାନର ସଭାପତି ଲକ୍ଷ୍ମଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ସୌଭାଗ୍ୟ କୁମାର ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ପ୍ରବଚକ ଜଗନ୍ନାଥ ପଣ୍ଡା ମୁଖ୍ୟ ବକ୍ତା ରୂପେ ଯୋଗ ଦେଇଥିଲେ । ଅନୁଷ୍ଠାନର ଉପଦେଷ୍ଟା ନିରଞ୍ଜନ ତ୍ରିପାଠୀ ଓ ଶ୍ରୀକାନ୍ତ ମିଶ୍ର ଏବଂ କାର୍ଯ୍ୟକର୍ତ୍ତା ସୋମନାଥ ସାହୁ, ମନ୍ମଥ କୁମାର ପାଢ଼ୀ, ଶରତ ମହାପାତ୍ର, ନରେନ୍ଦ୍ର ପଣ୍ଡା, ମାଧବ ମହାପାତ୍ର, ପ୍ରଫୁଲ ମହାପାତ୍ର ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଚିନ୍ମୟ ଦାସ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ।ଶେଷରେ କବିତା ଆସର ଓ ପଣା ପରସଣ ଉପଭୋଗ୍ୟ ହୋଇଥିଲା ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


