ଛତ୍ରପୁରରେ ଆୟାପ୍ପା ଭକ୍ତଙ୍କ ପୂଜାଅର୍ଚ୍ଚନା…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁରରେ ପ୍ରତ୍ୟେକ ବର୍ଷ ଆୟାପ୍ପା ପୂଜା ମକର ଜ୍ୟୋତି ସାନିଧାନ ତରଫରୁ ପୂଜା ଅର୍ଚ୍ଚନା ହୋଇଥାଏ । ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ମଧ୍ୟ ଆୟାପ୍ପା ପୂଜା ମକର ଜ୍ୟୋତି ସାନିଧାନ ତରଫରୁ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏହି ପୂଜା ପ୍ରତି ଶନିବାର, ବୁଧବାର ଦିନ ସ୍ୱାମୀ ଶରଣମ ଆୟାପ୍ପା ଛତ୍ରପୁର ରେଳବାଇ କଲୋନୀରେ ଅନୁଷ୍ଠିତ ହୋଇଥାଏ । ଏହି ପୂଜାକୁ ସ୍ୱାମୀ ସୁଧାକର ଗୃରୁ ଆୟୋଜନ କରିଥାନ୍ତି । ଏହି ପୂଜା କରିବା ଦ୍ୱାରା କଳିଯୁଗ ଧର୍ମ ସ୍ଥାପିତ ସଂସାରର ମଙ୍ଗଳ କାମନା ପାଇଁ କରାଯାଇଥାଏ । ଏହି ପୂଜାରେ ବହୁ ଶ୍ରଦ୍ଧାଳୁ ଭକ୍ତମାନେ ଓ ଆୟାପ୍ପାର ମାନସିକଧାରୀମାନେ ପାଳନ କରି ଅଂଶ ଗ୍ରହଣ କରିଥାନ୍ତି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା