

ଛତ୍ରପୁର (ସମୃଦ୍ଧ ଓଡିଶା) କ୍ରାନ୍ତି ଯୁବ ଛାତ୍ର ସଂଘର ଷଷ୍ଠତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସଂଘର ସଭାପତି ଇଜୁ ଅମିନ୍ ଖାନ୍ କ୍ରାନ୍ତି ପତାକା ଉତ୍ତୋଳନ କରିଥିଲେ । ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ସମସ୍ତ ଗୋଗୀମାନଙ୍କୁ ସଂଗଠନ ତରଫରୁ ଫଳ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ଓ ଋଷିକୂଲ୍ୟା ରୟତ ମହାସଭାର ସଂପାଦକ ସିମାଞ୍ଚଳ ନାହାକ ଯୋଗ ଦେଇଥିଲେ । ଏହାପରେ ସଂଘ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବହୁ ଛାତ୍ର ଓ ଯୁବକମାନେ ସାମିଲ ହୋଇ ସଂଘର ଆଭିମୂଖ୍ୟ ଉପରେ ଆଲୋଚନା କରିଥିଲେ । ସନ୍ଧ୍ୟାରେ ସ୍ଥାନୀୟ କାର୍ଯ୍ୟାଳୟ ଠାରୁ ଶତାଧିକ ଯୁବକ ଓ ଛାତ୍ରମାନେ ଏକତ୍ର ହୋଇ ଅସହିଷ୍ଣୁତା, ସାଂପ୍ରଦାୟିକ ବିରୁଦ୍ଧରେ ଭାଇଚାରା, ପ୍ରେମ୍ ସଦଭାବନା ପ୍ରସାର ପାଇଁ ଏକ ଶାନ୍ତିପୂର୍ଣ୍ଣ ଭାବେ ମଶାଲ ଶୋଭାଯାତ୍ରା ଅପରବସଷ୍ଟାଣ୍ଡ ଠାରୁ ଆରମ୍ଭ କରି ପୁରା ଛତ୍ରପୁର ସହର ପରିକ୍ରମା କରିଥିଲେ । ଏହାପରେ ଆଗାମୀ ଦିନ ସଂଗଠନ ମାଟିର ଲଢେଇରେ ଛାତ୍ର ଯୁବକମାନଙ୍କ ସମସ୍ୟାର ସମାଧାନ ପାଇଁ ସଂଘର୍ଷ ଜାରି ରଖିବା ନିମନ୍ତେ ସଂଘର ସାଧାରଣ ସଂପାଦକ ଜଲାଲ୍ ଖାନ୍ ନବନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ଶପଥ ଗ୍ରହଣ କରି କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସଂଘର ଉପସଭାପତି ସୁବୋଧ ସୁମନ ସ୍ୱାଇଁ, ସାଧାରଣ ସଂପାଦକ ଜଲାଲ୍ ଖାନ, ସହ ସଂପାଦକ ଅଭିଷେକ ପଟ୍ଟନାୟକ, କୋଷାଧ୍ୟକ୍ଷ ମହେଶ କୁମାର ଗୈାଡ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅନୁଷ୍ଠାନ ଛାତ୍ର ଯୁବକ, ଚାଷୀ, ଶ୍ରମିକ, ଦଳିତ ସମସ୍ତ ବର୍ଗର ସମସ୍ୟା ସହିତ ଛିଡା ହୋଇ ଅହରହ ସଂଗ୍ରାମ ଚଳାଇ ଆସିଛି ଓ ଏହା ଆଗକୁ ମଧ୍ୟ ଚାଲୁ ରହିବ ବୋଲି ସଭାପତି ଇଜୁ ଅମିନ ଖାନ୍ କହିଛନ୍ତି । ଏହି ଶମାଲ ଶୋଭାଯାତ୍ରାରେ ପ୍ରଦୀପ ନାହାକ, ରାଜୁ ରେଡ୍ଡୀ, ଅଜିତ ଗୌଡ଼, ଅମିତା ପଲେଇ, ଜୋତିର୍ମୟ ଶତପଥୀ, ହରି କୁମାର ସାହୁ, ଶିବ ପ୍ରସାଦ ବେହେରା, ସଲମାନ ଖାନ୍, ରୁଦ୍ରେସ୍ୱର ବେହେରା, ଦିବାକର ସେଠି, ଅନିଲ ରାଉଳ, ସନ୍ଦୀପ ସ୍ୱାଇଁ, ଗୁରୁନାଥ ବେହେରା, ଗଗନ ବେହେରା, ଲୋକନାଥ ସାହୁ, ଜିତେନ୍ଦ୍ର ସାହୁ, ରାକେଶ ଆଚାର୍ଯ୍ୟ, ୟାଶୁ ରେଡ୍ଡୀ, ରାଜେଶ ଦାସ, ମାଣିକାନ୍ତ ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା





