

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ୮୪ତମ ପୋଲିସ ପ୍ରତିଷ୍ଠା ଦିବସ । ଏହି ଅବସରରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ସ୍ଥିତ ଜିଲ୍ଲା ପୋଲିସ ପକ୍ଷରୁ ଛତ୍ରପୁର ପୋଲିସ ପଡିଆରେ ଏହି ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଛତ୍ରପୁର ଏସପି ବ୍ରିଜେଶ ରଏ ଯୋଗ ଦେଇ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରି କହିଥିଲେ ପୋଲିସର ଉତ୍ତମ ସେବା ଜନସାଧାରଣଙ୍କୁ ଯୋଗାଇ ଦେବା ପୋଲିସର ମୂଳ ଲକ୍ଷ୍ୟ । ଏହାସହ ଛତ୍ରପୁର ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହାପରେ ଉତ୍ତମ କାର୍ଯ୍ୟ କରିଥିବା ଶ୍ରେଷ୍ଠ ୬ ଜଣ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା । ସେମାନେ ହେଲେ – ବ୍ୟୁଟି ମହାନ୍ତି, ରବିନ୍ଦ୍ରନାଥ ପାଣିଗ୍ରାହୀ, ନବକିଶୋର ପରିଡା, ଜି. ମନୋଜ କୁମାର(ଆରଓ), କେସବ ସ୍ୱାଇଁ(ଏପିଆର), ବଳରାମ ବିଷୋୟୀ (ଟ୍ରାଫିକ) । ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ବହୁ ପୋଲିସ କର୍ମଚାରୀମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା














