ବ୍ରହ୍ମପୁର (ସମୃଦ୍ଧ ଓଡିଶା) ରକ ଷ୍ଟାର ଡ୍ୟାନ୍ସ ଏକାଡେମୀ ତରଫରୁ ଡାଇମଣ୍ଡ ଜୁବଲି ଟାଉନ ହଲ ଠାରେ ୫ ତାରିଖ ଏବଂ ୬ ତାରିଖ ଦୁଇ ଦିନ ଧରି ଜିଲ୍ଲା ସ୍ତରୀୟ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି । ବିଭିନ୍ନ ସ୍କୁଲ ମାନଙ୍କରୁ ପ୍ରାୟ ୪୦୦ରୁ ଉର୍ଦ୍ଧ ନୃତ୍ୟ ଶିଳ୍ପୀ ଅଂଶ ଗ୍ରହଣ କରିଥିଲେ । ସମସ୍ତ ପ୍ରତିଯୋଗିମାନଙ୍କ ମଧ୍ୟରୁ କୃତି ପ୍ରତିଯୋଗୀ ଚୟନ ନିମନ୍ତେ ବିଚାରକ ରୂପେ ବିଶିଷ୍ଟ ନୃତ୍ୟ ଗୁରୁ ତଥା ଓଲିଉଡୁ ନୃତ୍ୟ ନିର୍ଦ୍ଦେଶକ ଆର.କେ ମହାପାତ୍ର, ମନ୍ଦାକିନୀ ଶଙ୍କର ମେଟ୍ରିକ୍ସ, ପ୍ରଭାତ ରଣା ପ୍ରଭୃତି ବିଚାର କରି କୃତି ପ୍ରତିଯୋଗୀ ବାଛିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ରୂପେ ବିଡ଼ିଓ ଚେୟାରମ୍ୟାନ ସୁବାଷ ମହାରଣା ପୂର୍ବତନ କର୍ପୋରେଟର ଆର. ମୁରଲୀ ମୋହନ, ସଂଘମିତ୍ରା, ମୁକୁନ୍ଦ ଗୌଡ଼, ସୁଶାନ୍ତ ସାବତ, ଏମ. ତେଜେଶ୍ୱର ସ୍ୱାମୀ, ପ୍ରମିତ ମହାପାତ୍ର, ସୂର୍ଯ୍ୟ ଗୌଡ଼, ରାଜା ସେନାପତି, ମିହିର କୁମାର ବ୍ରହ୍ମା, ଦେବେନ୍ଦ୍ର ସାହୁ ପ୍ରମୁଖ ଯୋଗଦାନ କରି କଳାକାରମାନଙ୍କୁ ଉତ୍ସାହିତ କରିଥିଲେ । ସମସ୍ତ କୃତି ପ୍ରତିଯୋଗୀମାନଙ୍କୁ ଆସନ୍ତା ଜାନୁୟାରୀ ୧୯ ଏବଂ ୨୦ ତାରିଖରେ ଥିବା ମେଗା ଡ୍ୟାନ୍ସ ପୋଗ୍ରାମ ‘ବିଗ ଡି ଶୋ’ ରେ ପୁରସ୍କୃତ କରାଯିବ । ଏହି କାର୍ଯ୍ୟକ୍ରମକୁ ରକ ଷ୍ଟାର ଏକାଡେମୀ ତରଫରୁ ନିର୍ଦ୍ଦେଶକ କେ. ତରୁନ, ନୃତ୍ୟ ନିର୍ଦ୍ଦେଶକ ରବି ସନ୍ତୋଷ ପଟ୍ଟନାୟକ, ରାଜା, ନନ୍ଦୀ, ଆରୟା, ଗଣେଶ, ବାବୁ, ଦିଲୀପ, ଆଲୋକ, ଶେଖର ଏବଂ ସମସ୍ତ ସଦସ୍ୟମାନେ ପରିଚାଳନା କରିଥିବା ବେଳେ କାହ୍ନୁ ରାଉତ ଏବଂ ଟ୍ୱିନକଲ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା