

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁରରେ ଜିଲ୍ଲାପାଳଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳ ଗୁଡିକରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ ଦର୍ଶନୀୟ ସ୍ଥାନ ରହୁଥିବାରୁ ଏଗୁଡ଼ିକୁ ପରିବ୍ୟାପ୍ତ କରିବା ପାଇଁ ପ୍ରଚେଷ୍ଠା କରାଯିବ । ପର୍ଯ୍ୟଟନ ଏକ ଦୀର୍ଘ ମିଆଦୀ ଓ ପ୍ରଦୂଷଣ ମୁକ୍ତ ଯୋଜନା ହୋଇଥିବାରୁ ଏହା ମାଧ୍ୟମରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇ ପାରିବ । ସରକାରୀ ଯୋଜନା କାର୍ଯ୍ୟକାରୀ କରାଯିବା ସମୟରେ ଶହେରୁ ଦେଢ଼ଶହ ବର୍ଷ ଆଗକୁ ନଜରରେ ରଖି ରୂପରେଖ ସ୍ଥିର କରାଯିବ । ଗଞ୍ଜମଜିଲ୍ଲା ପ୍ରସାଶନ ଫୁଲ ଓ ପରିବା ଚାଷକୁ ଅଧିକ ପ୍ରୋତ୍ସାହନ କରିବା । ଛୋଟଛୋଟ ପ୍ରକଳ୍ପ ଦ୍ୱାରା କ୍ଷୟକ୍ଷତିର ପରିମାଣ କାମ ଏବଂ ଅଧିକ ବ୍ୟକ୍ତିଙ୍କୁ କର୍ମ ସଂସ୍ଥାନ ଯୋଗାଇ ଦିଆଯାଇ ପାରୁଥିବାରୁ ଏହାକୁ ଅଧିକ ଧ୍ୟାନ ଦିଆଯିବ । ସରକାରୀ ଯୋଜନା ଗୁଡିକୁ ସରଳ କରାଯିବା ସହିତ ଗ୍ରାମର ଅଶିକ୍ଷିତ ଲୋକ ଯେପରି ଏହାକୁ ବୁଝିପାରିବେ ଏବଂ କାର୍ଯ୍ୟକରି କରିପାରିବେ ସେଥିପାଇଁ ଧ୍ୟାନ ଦିଆଯିବ ।ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କର ପରିବାର ସହିତ କିପରି ସଶକ୍ତିକରଣ କରାଯାଇପାରିବ ସେଥିପାଇଁ ବ୍ୟବସ୍ଥା ହେବ । ଗତକାଲି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଭୋପାଳର ସ୍କୁଲ ଅଫ ପ୍ଲାନିଂ ଆଣ୍ଡ ଆର୍କିଟେକଚର ବିଦ୍ୟାର୍ଥୀମାନଙ୍କୁ ଉଦବୋଧନ ଅବସରରେ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ ଏହା ପ୍ରକାଶ କରିଛନ୍ତି । ଭୋପାଳର ଏହି ସଂସ୍ଥା ଗଂଜାମ ଜିଲ୍ଲା ବିକାଶ ଉପରେ ଅଧ୍ୟୟନ କରୁଛନ୍ତି । ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ ସମୁଦାୟ ଗଞ୍ଜାମ ଜିଲ୍ଲା ଉପରେ ସେମାନଙ୍କୁ ନିବନ୍ଧ ପ୍ରସ୍ତୁତ କରୁଥିବା ସମୟରେ ସ୍ନାତକ ଛାତ୍ରଛାତ୍ରୀମାନେ ହିଞ୍ଜିଳି କାଟୁ ଉପରେ ସେମାନଙ୍କ ନିବନ୍ଧ ପ୍ରସ୍ତୁତ କରୁଛନ୍ତି ।ଜିଲ୍ଲାର ତ୍ୱରାନ୍ୱିତ ବିକାଶ ଉପରେ ସେମାନଙ୍କର ସନ୍ଦର୍ଭ ପ୍ରକାଶିତ ହେବ । ଉଦ୍ୟାନ କୃଷି ଓ ପର୍ଯ୍ୟଟନକୁ ଅଧିକ ଗୁରୁତ୍ୱ ଦେବା ପାଇଁ ଜିଲ୍ଲାପାଳ କହିଛନ୍ତି । ଆଞ୍ଚଳିକ ସ୍ତରରେ ବିକାଶର ପରିଭାଷା ଭିନ୍ନ ଭିନ୍ନ ହେଉଥିବାରୁ ଏହାକୁ ଧ୍ୟାନ ଦେବା ପାଇଁ କୁହାଯାଇଛି । ବାସ୍ତବତା ଅନୁଯାୟୀ ଯୋଜନା ରୂପରେଖ ପ୍ରସ୍ତୁତ ହେବ । ଏହି ବିଦ୍ୟାର୍ଥିମାନେ ଓଡ଼ିଶାର ଗଞ୍ଜାମଜିଲ୍ଲା ବିକାଶକୁ ଅଧ୍ୟୟନ ଭାବରେ ଗ୍ରହଣ କରିଥିବା ସମୟରେ ଫେବୃଆରୀ ୧୩ତାରିଖ ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତକରି ସାମାଜିକ ଓ ଅର୍ଥନୈତିକ ସ୍ଥିତି ଅନୁଧ୍ୟାନ କରିବେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଜିଲ୍ଲା ରାଜସ୍ୱ ଅଧିକାରୀ ଦିବ୍ୟଲୋଚନ ମହନ୍ତ, ଭୋପାଳ ସ୍ଥିତ ସ୍କୁଲ ଅଫ ପ୍ଲାନିଂ ଆଣ୍ଡ ଆର୍କିଟେକଚରର ଯୋଜନା ବିଭାଗର ମୁଖ୍ୟ ଡ଼ଃ ନିଖିଲ ରଞ୍ଜନ ମଣ୍ଡଳ, ପ୍ରଫେସର ଆସଫାକ ଆଲମ, ପ୍ରଫେସର ଗୌରବ ବୈଦ୍ୟ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା






