ଛତ୍ରପୁର(ସମୃଦ୍ଧ ଓଡିଶା )ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସହରରେ ଭାରତ ବନ୍ଦ ସଂପୂର୍ଣ୍ଣ ଭାବେ ସଫଳ ହୋଇଥିବା ଦେଖିବାକ ମିଳିଛି । ଆଜିଠୁ ଦୁଇ ଦିନ ଯାଏଁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ବିଭିନ୍ନ ଦାବି ନେଇ ଭାରତ ବନ୍ଦ ଡ଼ାକରା ଦେଇଛନ୍ତି । ଏହାକୁ ସଂପୂର୍ଣ୍ଣ ମାତ୍ରାରେ ସହଯୋଗ କରିବା ପାଇଁ ସମସ୍ତ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଏନେଇ ଆଜି ଛତ୍ରପୁରରେ ଏଆଇଟିୟୁସି , ଆଇଏନଟିୟୁସି, ସିଆଇଟିୟୁ ଓ ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନ, ଅଙ୍ଗନବାଡ଼ି କର୍ମୀ, ଆଶା, ପାଚିକା ସଂଘର ମିଳିତ ଭାବେ ସକାଳ ୮ଟାରୁ ସହରରେ ପିକେଟିଂ କରି ଭାରତ ବନ୍ଦ କରିଥିଲେ । ଛତ୍ରପୁର ରେଳ ଷ୍ଟେସନରେ ଦୁଇଟି ମାଲ୍ ଗାଡ଼ି ସମେତ ୪ଟି ଟ୍ରେନକୁ ଅଟକାଇ ରଖିଥିଲେ । ଏହା ପରେ ମାଛ ବଜାର, ପନିବରିବା ବଜାର, ବସଷ୍ଟାଣ୍ଡ୍, ଜାତୀୟ ରାଜପଥ, ଦୋକାନ ବଜାର, ଅଫିସ, ବ୍ୟାଙ୍କ, ସ୍କୁଲ କଲେଜ ଆଦି ସହ ଗାଡ଼ି ମୋଟର ଓ ଜିଲ୍ଲାପାଳ କାର୍ଯ୍ୟାଳୟ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବ୍ଲକ୍ ଅଫିସ, ଡ଼ିଆରଡ଼ିଏ ଅଫିସ, ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟାଳୟ, ଜିଲ୍ଲା ଶ୍ରମ କାର୍ଯ୍ୟାଳୟ, ଜିଲ୍ଲା ଯୋଗାଣ କାର୍ଯ୍ୟକ୍ରମ , ଏନଏସି କାର୍ଯ୍ୟାଳୟ ସମେତ ଜିଲ୍ଲା ସଦର ମହକୁମାରେ ସମସ୍ତ କାଯ୍ୟାଳୟ ବନ୍ଦ କରିଥିଲେ । ଆଜି ଏକ ଭିନ୍ନ ଢଙ୍ଗରେ ଛତ୍ରପୁର ନିଖିଳ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ସଂଘ ପକ୍ଷରୁ ମୋଦି ହଟାଓ ଦେଶ ବଂଚାଅ ନାରାବାଜି ଦେଇ ସ୍ଥାନୀୟ ଲକ୍ଷ୍ମଣ ଭବନ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସମସ୍ତ ଅଫିସ ଓ ଦୋକାନ ବଜାର ପିକେଟିଂ କରି ବନ୍ଦ କରିିଥିଲେ । ଏନେଇ ସ୍ଥାନୀୟ ଲୋୟର ବସଷ୍ଟାଣ୍ଡ ଠାରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଏଆଇଟିୟୁସି ରାଜ୍ୟ ନେତା ତଥା ପୂର୍ବତନ ବିଧାୟକ ଏନ୍. ନାରାୟଣ ରେଡ୍ଡି ଯୋଗ ଦେଇ ମୋଦି ସରକାରଙ୍କ ବିରୋଧରେ ଗର୍ଜି ଥିଲେ । ମୋଦି ସରକାର ମିଛୁଆ ସରକାର ଓ ମୋଦି ସରକାର ପୁଞ୍ଜିପତି ମାନଙ୍କର ସରକାର ବୋଲିି କହିଥିଲେ । ମୋଦି ସରକାରଙ୍କ ଅମଳରେ ଶ୍ରମିକ ମାରଣ ନୀତି, କୃଷକ ମାରଣ ନୀତିର ଶିକାର ହୋଇଛନ୍ତି ସମସ୍ତେ । ମୋଦି ସରକାର ୫ବର୍ଷକୁ ୫ ମାସ ଅଛି ହେଲେ ଗୋଟିଏ ମାତ୍ର ଯବାବ ପୂରଣ କରି ନାହାନ୍ତି । ତାଙ୍କୁ ନିଶ୍ଚିତ କ୍ଷମତାରୁ ହଟାଯିବ, ୨କୋଟି ଯୁବକଙ୍କୁ ଚାକିରି ଦେଇନାହାନ୍ତି, କୃଷକ ମାନଙ୍କୁ ୬ହଜାର ମାସିକ ପେନସନ ଦେଇନାହାନ୍ତି ଏପରି ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଛନ୍ତି ବୋଲି ପୂର୍ବତନ ବିଧାୟକ ଏନ. ନାରାୟଣ ରେଡ୍ଡି ଅଭିଯୋଗ କରିଥିଲେ । ଏହା ସହ ନାରାୟଣ ରେଡ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଗେଟ୍ ବନ୍ଦ କରିଥିଲେ । ଆଜି ଏହି ଭାରତ ବନ୍ଦ କାର୍ଯ୍ୟକ୍ରମରେ ଏଆଇଟିୟୁସି ରାଜ୍ୟ ନେତା ଏନ୍. ନାରୟଣ ରେଡ୍ଡି, ନୀଳକଣ୍ଠ ଦାଶ, ଏନ୍. ଗିରିଜା ପ୍ରସାଦ ରେଡ୍ଡି, ସି.ଏଚ୍ ଜନାର୍ଦ୍ଦନ ରେଡ୍ଡି, ଏସ୍. କ୍ରିଷ୍ଣା ରେଡ୍ଡି, ଡ଼ି. ଆଦି ନାରାୟଣ ରେଡ୍ଡି, ଗୁରୁନାଥ ପ୍ରଧାନ, ଏନ୍. କାମରାଜୁ ରେଡ୍ଡି, ଦୁର୍ଯ୍ୟୋଧନ ନାହାକ, ଗୁରୁଦେବ ବେହେରା, ଟି. ନାରୟଣ ରେଡ୍ଡି. ସିକନ୍ଦର ଖାନ୍, ପ୍ରଫୁଲ କୁମାର ପାଣିଗ୍ରାହୀ, ଆଇଏନଟିୟୁସିର ଜିଲ୍ଲା ନେତା ତଥା ଗୋପାଳପୁର ଡ଼କ୍ ୱାର୍କସ ୟୁନିଅର ସଭାପତି ଜି. ଏରେୟା, କଂଗ୍ରେସ ଓବିସି ମୋର୍ଚ୍ଚାର ଜିଲ୍ଲା ସଭାପତି ତଥା ଆଇଏନଟିୟୁସି ନେତା ତ୍ରିଲୋଚନ ରେଡ୍ଡି, ସୁରେନ୍ଦ୍ର ସେଠୀ, କ୍ରାନ୍ତି ଯୁବ ଛାତ୍ର ସଂଘର ସଭାପତି ଇଜୁ ଅମିନ୍ ଖାନ୍, ଏସଏମଏସ ନେତା ରାଜେନ୍ଦ୍ର ଦାଶ, ସିଟି ନେତା ପର୍ଶୁରାମ ଗୌଡ଼, ଗୋପାଳପୁର ପୋର୍ଟ ମଜଦୁର ୟୁନିଅନ ସଭାପତି କେ. ଏଲେୟା, ଗୋପାଳପୁର ପୋର୍ଟ ସୁପରଭାଇଜର ଏବଂ ୱାର୍କସ ୟୁନିଅନର ସମ୍ପାଦକ କେଶବ ନାହାକ, ସହ ସଂପାଦକ ଡ଼ି. ବୈରାଗୀ, କୋଷାଧ୍ୟକ୍ଷ ରାମେଶ୍ୱର ନାୟକ, ଓଡ଼ିଶା ଫରେଷ୍ଟ ଉଡ୍ , ଏଗ୍ରିକାଲଚର ଏଣ୍ଡ୍ ବିଲଡ଼ିଂ କନଷ୍ଟ୍ରାକସନ୍ ୱାର୍କସ ୟୁନିଅନର ନେତ୍ରୀ ତଥା ଉକ୍ରଳ ଭାରତ ମହିଳା ସଂଘର ରାଜ୍ୟ ଉପସଭାନେତ୍ରୀ ଏନ୍. ଭାନୁମତି ରେଡ୍ଡି, ସନିଆ ପ୍ରଧାନଙ୍କ ସମେତ ବିଭିନ୍ନ ଶ୍ରମିକ ସଂଗଠନର କର୍ମକର୍ତା ଏବଂ ଆଶା, ଅଙ୍ଗନବାଡ଼ି ଓ ପାଚିକା ସଂଘର ସଭ୍ୟା ମାନେ ଏହି ସମାବେଶରେ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା