
ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ଡିଆରଡିଏ ସ୍କ୍ୱଆର୍ ନିକଟରେ ଏକ ବାର୍ ଏଣ୍ଡ୍ ରେଷ୍ଟୁରାଣ୍ଟ ଖୋଲିବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି । ଛତ୍ରପୁର ସହରକୁ ଲାଗି ଆଇଆରଇଏଲ, ଗୋପାଳପୁର ପୋର୍ଟ ଓ ଜୟଶ୍ରୀ କେମିକାଲ ଆଦି ବିଭିନ୍ନ କମ୍ପାନୀ ରହିଛି । ହେଲେ ଛତ୍ରପୁରରେ ଭଲ ରେଷ୍ଟୁରାଣ୍ଟ ବାର୍ ନଥିବାରୁ ଲୋକେ ବ୍ରହ୍ମପୁରକୁ ଯିବାକୁ ବାଧ୍ୟ ହେଉଛନ୍ତି । ପୂର୍ବରୁ ଡିଆରଡିଏ ସ୍କ୍ୱଆର୍ ନିକଟରେ ଦୀର୍ଘ ୧୦ ବର୍ଷ ଧରି ଏକ ବିଦେଶୀ ମଦ ଦୋକାନ ହୋଇ ଆସିଥିଲା । ବର୍ତ୍ତମାନ ସ୍ଥାନୀୟ ଲୋକମାନଙ୍କ କୌଣସି ସମସ୍ୟା ନାହିଁ ବୋଲି ଦୁଇ ଶହରୁ ଉର୍ଦ୍ଧ୍ବ ସ୍ଥାନୀୟ ଲୋକେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ(ସାଧାରଣ) ଏବଂ ଅବକାରୀ ବିଭାଗ ଅଧିକ୍ଷକ ରାଜେନ୍ଦ୍ର କୁମାର ଭତ୍ରାଙ୍କୁ ମଧ୍ୟ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା