

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁରରେ ବ୍ଲକ ସ୍ତରୀୟ ଭତ୍ତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ସିଡିପିଓ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କରାଯାଇଥିଲା । ଏହି ଶିବିରରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ବ୍ଲକ ଅଧକ୍ଷ ଓ ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ଯୋଗଦେଇ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ । ଏଥିରେ ବିଭିନ୍ନ ପଞ୍ଚାୟତରୁ ଆସିଥିବା ୪୩୦ଜଣଙ୍କୁ ଭର୍ତ୍ତା ବଣ୍ଟନ କରାଯାଇଥିବା ଜଣାପଡିଛି । ଏହି ଅବସରରେ ବ୍ଲକ ଅଧ୍ୟକ୍ଷ, ବିଡ଼ିଓ, ଜିଲ୍ଲା ପରିଷଦ ସଭ୍ୟ, ସାମାଜିକ ସୁରକ୍ଷା ଅଧିକାରୀଙ୍କ ସମେତ ବହୁ ବ୍ୟକ୍ତି ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
