





ଛତ୍ରପୁର(ସମୃଦ୍ଧ ଓଡିଶା )ନେହେରୁ ଯୁବକେନ୍ଦ୍ର ଏବଂ କ୍ରାନ୍ତିଯୁବ ଛାତ୍ର ସଙ୍ଘର ମିଳିତ ଅନୁକଲ୍ୟରେ ଛତ୍ରପୁର ସହରରେ ମାଗଣା କମ୍ପ୍ୟୁଟର ଶିକ୍ଷା ସ୍ଥାନୀୟ ସିରାଫିକ୍ ସଫ୍ଟରେ ଆରମ୍ଭ ହୋଇଯାଇଛି। ଏଥିରେ କ୍ରାନ୍ତିଯୁବ ଛାତ୍ର ସଂଘର ସଭାପତି ଇଜୁ ଅମିନ ଖାନ୍ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ , ସମାଜସେବୀ ସୁଧୀର ପଟ୍ଟନାୟକ ପ୍ରଦୀପ ପ୍ରଜ୍ଵଳନ କରିଥିଲେ , ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା କୋଡ଼ିନେଟର ସୁଦାମ ଚରଣ ସାବତ , ପୂର୍ବତନ ଥାନା ଭାରପ୍ରାପ୍ତ ଅଧିକାରୀ ସୂର୍ଯ୍ୟ ନାରାୟଣ ପଟ୍ଟନାୟକ , ସିରାଫିକ ସଫ୍ଟର ନିର୍ଦ୍ଦେଶକ ଏସ. ଭାସ୍କର କମ୍ପ୍ୟୁଟର ଶିକ୍ଷାର ଗୁରୁତ୍ବ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ପୂର୍ବତନ ସଭାପତି ସୁବୋଧ ସୁମନ ସ୍ୱାଇଁ ,ପ୍ରଦୀପ ନାହାକ , ଦୀପକ ରାଉଳ , ମହେଶ ଗୌଡ଼ , ଅଭିଷେକ ପଟ୍ଟନାୟକ , ରାଜୁ ରେଡ୍ଡୀ , କୃଷ୍ଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା