

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁରରେ କଂଗ୍ରେସ, ସିପିଆଇ ଓ ସିପିଏମର ମିଳିତ ହୋଇ ଜୋରଜାର ନିର୍ବାଚନୀ ପ୍ରଚାର କରିଛନ୍ତି । ଏହି ଅବସରରେ ଚନ୍ଦ୍ରଶେଖର ନାଇଡୁ କହିଛନ୍ତି ଯେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ହେଉଛି ମୋର ଜନ୍ମ ଭୂମି, ମା ତାରିଣୀଙ୍କ ଡାକରା ଓ ଆଶ୍ରିବାଦ ପାଇଁ ମୁ ଛତ୍ରପୁର ସମେତ ବ୍ରହ୍ମପୁର ଲୋକସଭାରେ କିଛି କାର୍ଯ୍ୟ କରିବକୁ ଚାହୁଁଛି । ଆପଣମାନେ ଅନେକଙ୍କୁ ପରୀକ୍ଷା କରିଛନ୍ତି । ଯିଏ ଏଠାରୁ ବିଜେଡିରୁ ପ୍ରାର୍ଥୀ ସେ ଠାରେ ବିଜୟୀ ହୋଇ କେନ୍ଦ୍ରମନ୍ତ୍ରୀ ହେଲେ କିନ୍ତୁ ଏଠିକାର ଲୋକଙ୍କୁ ଭୁଲିଗଲେ । ଛତ୍ରପୁର ମାଟି ପାଇଁ ମୁ ଗର୍ବିତ, ଏ ମାଟି ଯୋଗୁ ମୁ ଆଜି ଜଣେ ଶିଳ୍ପପତି, ମୁ ଏଠାରୁ ବିଜୟୀ ହେଲେ ବ୍ରହ୍ମପୁର, ଗୋପାଳପୁର, ଛତ୍ରପୁରକୁ ନେଇ ଏକ ଶିଳ୍ପ ଜୋନ ପ୍ରତିଷ୍ଠା କରିବି । ଯୁବକମାନେ ଅନ୍ୟ ରାଜ୍ୟକୁ ଦାଦାନ ଖଟିବାକୁ ଯିବେ ନାହିଁ । ଏହିପରି ଅନେକ କଥା ଆଜି କଂଗ୍ରେସ ଲୋକସଭା ପ୍ରାର୍ଥୀ ଭି. ଚନ୍ଦ୍ର ଶେଖର ନାଇଡୁ ଛତ୍ରପୁରର ବିଭିନ୍ନ ପଞ୍ଚାୟତ ମାନଙ୍କରେ ନିର୍ବାଚନ ଶୋଭାଯାତ୍ରା ବେଳେ କହିଥିଲେ । ସିପିଆଇ ଓ ସିପିଏମର ମିଳିତ ପ୍ରଚାରରେ କଂଗ୍ରେସ କର୍ମୀମାନେ ସାମିଲ ହୋଇ ଦେଶର ସମ୍ପ୍ରଦାୟିକତା ବାଦି, ମିଛୁଆ ମୋଦିଙ୍କୁ ହଟାଇବାକୁ ଶପଥ ନେବା ସହ ରାଜ୍ୟର ଭ୍ରଷ୍ଟାଚାରବାଦି, ଖଣିଚୋର, ଦୁର୍ନୀତିଗ୍ରସ୍ତ, ଗୁଣ୍ଡାରାଜ ବିରୁଦ୍ଧରେ ଆସନ୍ତା ୧୧ ତାରିଖରେ ଭୋଟ ଦେଇ ମିଳିତ ପ୍ରାର୍ଥୀଙ୍କୁ ଜିତାଇବାକୁ ଜନସାଧାରଣଙ୍କୁ ନିବେଦନ କରାଯାଇଥିଲା ଏହି ଶୋଭାଯାତ୍ରାରେ ଶ୍ରୀ ନାଇଡୁଙ୍କ ସମେତ ସିପିଆଇ ପ୍ରାର୍ଥୀ ପ୍ରଦୀପ ସେଠି, ପ୍ରକାଶ ପାତ୍ର, ନାରାୟଣ ରେଡ୍ଡୀ, ନୀଳକଣ୍ଠ ଦାସ, ଏମ. ଗିରିଜା ପ୍ରସାଦ ରେଡ୍ଡୀଙ୍କ ସମେତ ବହୁ ନେତା ଓ କର୍ମୀ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା












