


ଛତ୍ରପୁର (ସମୃଦ୍ଧ ଓଡିଶା) ରାଜ୍ୟପାଳ ଗଣେଶୀ ଲାଲଙ୍କ ଗତ ଶନିବାର ଦିନ ଗଜପତି ଜିଲ୍ଲା ଯିବାର କାର୍ଯ୍ୟକ୍ରମ ରହିଥିଲା । ସେ ଗତ ଶୁକ୍ରବାର ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁରରେ ପହଞ୍ଚି ଛତ୍ରପୁର ସର୍କିଟ ହାଉସଠାରେ ରହିଥିଲେ । ତାଙ୍କୁ ପ୍ରଥମେ ଫୁଲ ପୁଷ୍ପ ଦେଇ ସ୍ୱାଗତ କରିଥିଲେ। ପରେ ସର୍କିଟ ହାଉସ ଠାରେ ରାଜ୍ୟପାଳଙ୍କୁ ଭେଟି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରାଏ ସ୍ୱାଗତ କରିଥିଲେ । ସର୍କିଟ ହାଉସରେ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଶନିବାର ଦିନ ଗ୍ରାର୍ଡ ଅଫ ଅନର ଦିଆଯାଇ ପାରଳାଖେମୁଣ୍ଡି ଗ୍ରସ୍ତ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା








