ଛତ୍ରପୁରରେ ‘ସମାଜ’ ପକ୍ଷରୁ ଚିତ୍ରାଙ୍କନ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ଜିଲ୍ଲାପାଳ ଯୋଗଦେଇ କଲେ ଚାରରୋପଣ…

ଛତ୍ରପୁର (ସମୃଦ୍ଧ ଓଡିଶା) ‘ସମାଜ’ର ୧୦୦ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଓଡ଼ିଶାର ବିଭିନ୍ନ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ନିମନ୍ତେ ବ୍ଲକ ସ୍ତରରେ ଚିତ୍ରାଙ୍କନ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ରବିବାର ଦିନ ଛତ୍ରପୁର ଶ୍ରୀରାମନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସ୍କୁଲରେ ଏହି ପ୍ରତିଯୋଗିତା ଦେଖିବାକୁ ମିଳିଥିଲା । ଏହି ପ୍ରଯୋଗୀତା ସମୁଦାୟ ୧୪୯ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ ।ଚିତ୍ରାଙ୍କନରେ ୨ଟି ବିଭାଗରେ ଯଥା ୩ୟ, ୪ର୍ଥ ଓ ୫ମ ଶ୍ରେଣୀ ପର୍ଯ୍ୟନ୍ତ କନିଷ୍ଠ ବିଭାଗରେ ୭୯ ଓ ୬ଷ୍ଠ ଓ ୭ମ ଶ୍ରେଣୀ ପର୍ଯ୍ୟନ୍ତ ବରିଷ୍ଠ ବିଭାଗରେ ୪୮ ଛାତ୍ରଛାତ୍ରୀମାନେ ସମୁଦାୟ ୨୨ ଜଣ ଭାଗ ନେଇଥିଲେ । କନିଷ୍ଠ ବିଭାଗର ଚିତ୍ରାଙ୍କନ ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନଙ୍କୁ କୃଷି କ୍ଷେତ୍ରରେ ଦୃଶ୍ୟ ଓ ବରିଷ୍ଠ ବିଭାଗର ଛାତ୍ରଛାତ୍ରୀମାନଙ୍କ ଜଳ ହିଁ ଜୀବନ ଏବଂ ପ୍ରବନ୍ଧ ଲିଖନରେ ଗୋପବନ୍ଧୁଙ୍କ ଦୃଷ୍ଟିରେ ଛାତ୍ରର କର୍ତ୍ତବ୍ୟ ଉପରେ ଶୀର୍ଷକ ରହିଥିଲା । ପ୍ରାରମ୍ଭରେ କାର୍ଯ୍ୟକ୍ରମକୁ ଗଞ୍ଜାମ ଜିଲ୍ଲପାଳ ବିଜୟ ଅମୃତା କୁଲାଙ୍ଗେ ଓ ଲୋକସେବକ ମଣ୍ଡଳର ଆଜୀବନ ସଦସ୍ୟ ରାଜେନ୍ଦ୍ର କୁମାର ଜେନା ଉଦଘାଟନ କରିବା ସହ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସମାଜ ପକ୍ଷରୁ ଏହିଭଳି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ପ୍ରଶଂସା କରିବା ସହ ଏହାର ଉତରତର ଉନ୍ନତି କାମନା କରିଥିଲେ । ଛାତ୍ରଛାତ୍ରୀମାନଙ୍କୁ ଏହା ବହୁ ମାତ୍ରାରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ । ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ମାନସପୁତ୍ର ଭାବେ ସମାଜ ରାଜ୍ୟ ସମେତ ଦେଶ ବିଦେଶରେ ସୁପରିଚିତ । ବାତ୍ୟା, ବନ୍ୟା, ପ୍ରାକୃତିକ ବିପର୍ଯ୍ୟୟ ଓ ଦୁର୍ବିପାକ ସମୟରେ ଅସହାୟ ବ୍ୟକ୍ତିମାନଙ୍କୁ ସାହାର୍ଯ୍ୟ କରି ଏକ ମାଇଲି ଖୁଣ୍ଟ କରିପାରିଛି ବୋଲି ଶ୍ରୀ ଜେନା ମତବ୍ୟକ୍ତ କରିଥିଲେ । ସୁସ୍ଥ ସମାଜ ଗଠନ ପାଇଁ ପରିବେଶ ଏକାନ୍ତ ଆବଶ୍ୟକ । ତେଣୁ ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ପରିସରରେ ଚାରରୋପଣ କରାଯାଇଥିଲା । ପରେ ପ୍ରତିଯୋଗିତା ଆରମ୍ଭ କରାଯାଇଥିଲା । ଚିତ୍ରାଙ୍କନ କନିଷ୍ଠ ବିଭାଗରେ ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରୀ ରାଜଲକ୍ଷ୍ମୀ ପ୍ରଧାନ ପ୍ରଥମ, ପୋଲିସ ହାଇସ୍କୁଲର ଛାତ୍ର ବାଦଲ ସିଂ ଦ୍ଵିତୀୟ ଓ ସତ୍ୟସାଇ ବିଦ୍ୟାଭବନ ସ୍କୁଲର ଛାତ୍ରୀ ଆରାଧନା ସାହୁ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ୪ର୍ଥରୁ ୧୦ ସ୍ଥାନ ଅଧିକାର କରିଥିବା ପ୍ରତୀକ ସାହୁ, ରୁଦ୍ର ନାରାୟଣ ମହାରଣା, ମନସ୍ଵିନୀ ପଣ୍ଡା, ଶ୍ରେଷ୍ଠା ସୋମେୟା ବେହେରା, କେ.ରିତୀକା, ଜ୍ଞାନ ଜ୍ୟୋତି ଦାସ, ବି.ନରସିମା ପ୍ରମୁଖ ୭ ଛାତ୍ରଛାତ୍ରୀଙ୍କୁ ଶାନ୍ତନାମୂଳକ ପୁରସ୍କୃତ କରାଯାଇଥିଲା । ସେହିପରି ବରିଷ୍ଠ ବିଭାଗରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରୀ ସମାରପିତା ବେହେରା ୧ମ, ଅନସ୍ଲୋ ସ୍କୁଲର ଛାତ୍ର ଏସ.ଦିଲେଶ୍ଵର ରେଡ୍ଡୀ ଦ୍ଵିତୀୟ ଓ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ର ଆର.ଆଦିତ୍ୟ ରେଡ୍ଡୀ ୩ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ୪ର୍ଥରୁ ୧୦ସ୍ଥାନ ଅଧିକାର କରିଥିବା ବିବେକ ପ୍ରସାଦ ସାହୁ, ହିମାଂଶୁ ନାୟକ, ପ୍ରଦୋତ ପାତ୍ର, ଆଶୁତୋଷ ସେଠି, ସୁରେଶ ଶବର, ଅମିତ ସାହୁ, ଗାୟତ୍ରୀ ଘଡେଇ ପ୍ରମୁଖ ୭ ଛାତ୍ରଛାତ୍ରୀଙ୍କୁ ଶାନ୍ତନାମୂଳକ ପୁରସ୍କୃତ କରାଯାଇଥିଲା । ପ୍ରବନ୍ଧ ଲିଖନା ପ୍ରତିଯୋଗିତାରେ ଶ୍ରୀମାଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଛାତ୍ର ଶୁଭଂଶୁ ଶତପଥୀ ୧ମ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ଆରାଧନା ଆଚାର୍ଯ୍ୟ ୨ୟ ଓ ଶ୍ରୀମାଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଛାତ୍ର ପ୍ରସାଦ କୁମାର ଷଢଙ୍ଗୀ ୩ୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ୪ର୍ଥରୁ ୧୦ ସ୍ଥାନ ଅଧିକାର କରିଥିବା ଶ୍ରୀନିବାସ ମହାରଣା, ପ୍ରାଚି ପଣ୍ଡା, ରୁଚି ପଣ୍ଡା, ଜି.ହିମାନି ରେଡ୍ଡୀ, ରାଜଲକ୍ଷ୍ମୀ ପ୍ରଧାନ, ଜି.ବିନୋଦ, ପ୍ରତୀକ୍ଷା ପଟ୍ଟନାୟକ ପ୍ରମୁଖ ୭ଛାତ୍ରଛାତ୍ରୀଙ୍କୁ ଶାନ୍ତନାମୂଳକ ପୁରସ୍କୃତ କରାଯାଇଥିଲା । ଚିତ୍ରାଙ୍କନ ପ୍ରତିଯୋଗିତାରେ ବିଚାରକ ଭାବେ ଶ୍ରୀମତୀ ସୁଜତା କୁମାରୀ ତ୍ରିପାଠୀ, ମହେଶ୍ୱର ସାହୁ ଓ ଶ୍ରୀମତୀ ସୁନିତା ଶତପଥୀ ରହିଥିଲେ । ସେହିପରି ପ୍ରବନ୍ଧ ଲିଖନରେ ବିଚାରକ ଭାବେ ଗ୍ରାନ୍ଥାଗାରିକ ଅମୟ କୁମାର ଧଳ, ରାଜ୍ୟଯୁବ ରେଡ଼କ୍ରସ ଅଧିକାରୀ ଡ଼.ଅଜୟ କୁମାର ତ୍ରିପାଠୀ, ଖଣ୍ଡଦେଉଳି ସହିଦ ଭଗତ ସିଂ କେଲଜ ଅଧ୍ୟକ୍ଷ ଡ଼.ଦୁର୍ଯ୍ୟୋଧନ ସେଠି, ଅବସର ପ୍ରାପ୍ତ ଶିକ୍ଷାବିତ ପ୍ରଫୁଲ କୁମାର ପଟ୍ଟନାୟକ ପ୍ରମୁଖ ରହିଥିଲେ । ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବିଜ୍ରେଶ କୁମାର ରାଏ ଯୋଗଦେଇ ‘ସମାଜ’ର ଏହିଭଳି କାର୍ଯ୍ୟକ୍ରମକୁ ଭ୍ରୁୟଶ୍ରୀ ପ୍ରଶଂସା କରିବା ସହ ଏହି ଅନୁଷ୍ଠାନର ଉତୋରତର ଉନ୍ନତି କାମନା କରିଥିଲେ । କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ । ଏହି ପ୍ରତିଯୋଗିତାକୁ ଛତ୍ରପୁର ସମାଜସେବୀ ଅରୁଣ କୁମାର ଶତପଥୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଛତ୍ରପୁର ସମାଜ ସାମ୍ବାଦିକ ସରୋଜ କୁମାର ସାମଲ ଓ ପେପର ଏଜେନ୍ସି କେ.ରମେଶ ସଂଯୋଜନା କରୁଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ମନୋଜ ତ୍ରିପାଠୀ, ସନ୍ତୋଷ କୁମାର ସାହୁ, ଆଇନଜୀବୀ ବ୍ରଜମୋହନ ଆଚାର୍ଯ୍ୟ, ପି.ଧର୍ମା ରେଡ୍ଡୀ, ବାଦଲ ବେହେରା, ସୁଧୀର ନାହାକ, ସମୃଦ୍ଧ ଓଡିଶା ନ୍ୟୁଜ ସାମ୍ବାଦିକ ନିମାଇଁ ଚରଣ ପଣ୍ଡା, ବିଦ୍ୟାଳୟର ଉପସଭାପତି ପଦ୍ମଚରଣ ସାହୁ, କୋଷାଧ୍ୟକ୍ଷ ରାବନା ରାଓ, ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରବିନ୍ଦ୍ରନାଥ ଦାଶ, ସୁଶମିତା ଚୌଧୁରୀ, ଶ୍ରୀକାନ୍ତ ମହାପାତ୍ର, ମମତା ପଟ୍ଟନାୟକ, ରଶ୍ମିତା ଦାଶ, ଲିଲି ଦାଶ, ପ୍ରଦୀପ କୁମାର ଶତପଥୀ, ମଧୁମିତା ବେହେରା, ଅର୍ଣ୍ଣପୁର୍ଣ୍ଣା ଦାଶ, ସୁଶ୍ରୀ ସଂଗୀତା ପାଜିୟାରୀ, ସସ୍ମିତା ବେହେରା, ଇଲାରାଣୀ ମିଶ୍ର, ମନୋରଞ୍ଜନ ଦାଶ, ଅମିତ କୁମାର ତ୍ରିପାଠୀ, ନିହାର ରଞ୍ଜନ ମିଶ୍ର, ଦୀପକ କୁମାର ଦାଶ, ଅନିତା ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନଙ୍କ ମନୋରଞ୍ଜନ ପାଇଁ ଜୀବନ କୁମାର ମହାରଣାଙ୍କ ଜେଡିସି ଡ୍ୟାନ୍ସ ଗ୍ରୁପ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଭାଗ ନେବେ ବୋଲି କୁହାଯାଇଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା