ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁରରେ ବିଭିନ୍ନ ସ୍ଥାନରେ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ମହାସମାରୋହରେ ପାଳନ କରାଯାଇଛି । ଚୀର ନମଶ୍ୟ ମହାନ ବୀର ଓଡିଆ ପୁଅ ଭାରତ ମାତାର ଶ୍ରେଷ୍ଠ ସନ୍ତାନ କୋଟି କୋଟି ଭାରତୀୟ ଜନତାଙ୍କର ପ୍ରିୟ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଆଜି ଜନ୍ମ ଜୟନ୍ତୀ ଅବସରରେ ଜନତା ତାଙ୍କୁ କୋଟି କୋଟି ପ୍ରଣାମ ଜଣାଇଛନ୍ତି । ପ୍ରଥମେ ସେ ଏକ ଭାରତୀୟ ଆଜାଦ ହିନ୍ଦ ଫୋୖଜ ନାମକ ଏକ ସେନା ଗଠନ କରି କହିଥିଲେ ଯେ “ମତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି” ତୁମେ କାହିଁକି କହି ନ ଥିଲେ ତ ସ୍ୱାଧୀନତା ପରେ ମୁଁ ଦେଶ ଛାଡି ଚାଲିଯିବି ।ଯାହାଙ୍କ ଉଦମ୍ୟ ସାହସ ବଳରେ ସାରା ଭାରତବାସୀ ନିଜକୁ ଭାରତୀୟ ବୋଲି ଗର୍ବ କରୁଛନ୍ତି । କ୍ରାନ୍ତିଯୁବ ଛାତ୍ର ସଂଘ, ଛାତ୍ର ଓ ଯୁବକ କଂଗ୍ରେସର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇ ନେତାଜୀଙ୍କ ମୃଣ୍ମୟୀ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି । ଏହି ଅବସରରେ ଛତ୍ରପୁର ନଗର କଂଗ୍ରେସ ସଭାପତି ଜଲାଲ ଖାନ, ଛତ୍ରପୁର ନିର୍ବାଚନ ମଣ୍ଡଳୀ କଂଗ୍ରେସ ଯୁବଛାତ୍ର ସଭାପତି ବାଲିଆ ବେହେରା, କୁନାଲ ସାସମଲ, ମାଧବ କାୟା,ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ସୁବୋଧ ସୁମନ ସ୍ୱାଇଁ, ଦୀପକ ରାଉଳ ମହେଶ ଗୌଡ଼ , ଅଭିଷେକ ପଟ୍ଟନାୟକ , ରାଜୁ ରେଡି , ଜ୍ୟୋତିର୍ମୟ ଶତପଥୀ , ସଂଜୀବ ସ୍ୱାଇଁ ପ୍ରମୁଖଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା