

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଛତ୍ରପୁରର ବିଭିନ୍ନ କଲୋନୀକୁ ଅଗ୍ନିଶମ ବାହିନୀ ପକ୍ଷରୁ ସାନିଟାଇଜ କରାଯାଇଛି । ସୂଚନା ଅନୁଯାୟୀ ଗୁରୁବାର ଛତ୍ରପୁର ଏନଏସିର ୩ନଂ ୱାର୍ଡ ଅଧୀନ ରେଲୱେ କଲୋନୀରେ ୯ ଜଣ, ରିକାପଲ୍ଲୀ ମେନ ରୋଡ଼, କୋର୍ଟ ଷ୍ଟେସନ ସାହି ଓ ଶ୍ରୀନଗର ପ୍ରଥମ ଲାଇନରେ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି । ଛତ୍ରପୁରରେ କରୋନାକୁ ପ୍ରତିହତ କରିବା ପାଇଁ ଚାଲିଥିବା ୱାର୍ଡ ସ୍ତରରେ ସ୍ୱାବ ସଂଗ୍ରହ ଆଜି ଦ୍ଵିତୀୟ ଦିନରେ ପହଞ୍ଚିଛି । ସ୍ଥାନୀୟ ବ୍ରାହ୍ମଣୀ ବନ୍ଧ କମ୍ୟୁନିଟି ସେଣ୍ଟରରେ ୩ ଓ ୪ ନଂ ୱାର୍ଡ ବାସିନ୍ଦା ଓ ଦୋକାନୀମାନଙ୍କ ସ୍ୱାବ ସଂଗ୍ରହ କରାଯାଉଥିବା ଏନଏସି ନିର୍ବାହୀ ଅଧିକାରୀ ଏନ. ଗଣେଶ ବାବୁ ଟୁଇଟ କରି ସୂଚନା ଦେଇଛନ୍ତି । ୨୦ତାରିଖ ପର୍ଯ୍ୟନ୍ତ ଏହି ସ୍ୱାବ ସଂଗ୍ରହ ଚାଲିବ ବୋଲି କୁହାଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
