


ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ସ୍ଥିତ ପୋଲିସ ପଡିଆରେ ଗଞ୍ଜାମ ଜିଲ୍ଲାସ୍ତରୀୟ ୭୦ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଉଚ୍ଚ ଶିକ୍ଷାମନ୍ତ୍ରୀ ଅନନ୍ତ ଦାଶ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମବେତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରି କହିଥିଲେ ଯେ ସ୍ୱାଧୀନତା ସଂଗ୍ରାମରେ ଗଞ୍ଜାମର ଅବଦାନ ଅତୁଳନୀୟ । ଆମେ ସମ୍ବିଧାନ ଜରିଆରେ ସମ୍ବିଧାନିକ କର୍ତ୍ତବ୍ୟ ପାଳନ କରିବା ପାଇଁ ନିଜକୁ ଉତ୍ସର୍ଗ କରିଛେ । ଜାତୀୟ ପତାକା ଓ ଜାତୀୟ ସଙ୍ଗୀତ ପ୍ରତି ସମ୍ମାନ ଦେବା ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ ଓ ସ୍ୱାଧୀନତା ସଂଗ୍ରାମ ଯେଉଁ ଆଦର୍ଶ ଭିତିରେ ଲଢାଯାଇଥିଲା ତାକୁ ମଧ୍ୟ କାର୍ଯ୍ୟକାରୀ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ । ଗଞ୍ଜାମ ଜିଲ୍ଲା ବୃହତ ଜିଲ୍ଲା, ଆମ ଦେଶ ପାଇଁ ଏହା ଏକ ଗୌରବର ଦିବସ ଅଟେ । କୋଟି କୋଟି ଭାରତୀୟଙ୍କ ଆଶା ଆକାଂକ୍ଷା ସମ୍ବିଧାନରେ ପ୍ରତିଫଳିତ ବିବିଧତା ମଧ୍ୟରେ ଏକତା ଭାରତର ମୂଳ ମନ୍ତ୍ରୀ । ଡ଼. ବାବା ସାହେବ ଆମ୍ବେଦକର, ପଣ୍ଡିତ ଜବାହାରଲାଲ ନେହେରୁ, ବିଶ୍ୱନାଥ ଦାଶ, ମାଳତୀ ଚୌଧୁରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ସମସ୍ତ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଭକ୍ତିପୁତ ସମ୍ମାନ ଜଣାଇଥିଲେ । ମୁକ୍ତି ଯୋଦ୍ଧାମାନଙ୍କର ଘୁମୁସର ବିଦ୍ରୋହ, ଗଞ୍ଜାମର ପ୍ରଥମ ଖଦି କେନ୍ଦ୍ର, ଭିଭି ଗିରି ବିନାୟକ ଆଚାର୍ଯ୍ୟ, ବିଜୁ ପଟ୍ଟନାୟକ, ଗଞ୍ଜାମର ସନ୍ତାନ, କଳା, ସଂସ୍କୃତି ଅତି ଉନ୍ନତ ତେଣୁ ଗଞ୍ଜାମ ମାଟିକୁ ସମ୍ମାନ । ସ୍ୱତନ୍ତ୍ର ଓଡ଼ିଶା ଗଠନରେ ଗଞ୍ଜାମର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ରହିଥିଲା । ରାଜ୍ୟରେ ଦୁଇ ଦଶନ୍ଧି ଧରି ନିରବଛିନ୍ନ ପ୍ରଗତିଶୀଳ ସରକାର ଚାଲିଛି ଏଥିରେ ବିଜୁ ଯୁବ ବାହିନୀ ଗଠନ କରାଯାଇ ଲୋକଙ୍କ ରକ୍ତଦାନ ଠାରୁ ଆରମ୍ଭ କରି ବିଭିନ୍ନ ମହତ୍ୱ କାମ କରାଯାଉଛି, ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ, ୧୯୦ଟି ବ୍ଲକରେ ଆଦର୍ଶ ବିଦ୍ୟାଳୟ, ୫ହଜାର ଟଙ୍କା ଲେଖାଏଁ ଭାଷା ବୃତି, ବିଏଏମଏ ଓଡ଼ିଆ ପଢିଲେ ବୃତି, ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା, ଛାତ୍ରଙ୍କୁ ଏକ ପ୍ରତିଶତ ସୁଧରେ ଋଣ, ୧୩୮ କୋଟି ୬୦ ଲକ୍ଷ ଟଙ୍କା ବିଭିନ୍ନ କଲେଜକୁ ପ୍ରଦାନ, ୧୫୫୪ କୋଟି ରାଜ୍ୟରେ ଆମ ଗାଁ ଆମ ବିକାଶ ପାଇଁ ପ୍ରଦାନ କରାଯାଉଥିବା ସହ ଚାଷୀଙ୍କ ସଶକ୍ତିକରଣ ପାଇଁ ରାଜ୍ୟ ସରକାର ଐତିହାସିକ କାଳିଆ ଯୋଜନା ଆରମ୍ଭ କରିଛନ୍ତି ।
୧୨ଲକ୍ଷ କୃଷକ ପରିବାରଙ୍କୁ କାଳିଆ ଯୋଜନାରେ ଅର୍ଥ ପ୍ରଦାନ କରାଯାଇଛି । ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଦ୍ୱାରା ସମସ୍ତଙ୍କୁ ସହାୟତା, ନୂତନ ମେଡ଼ିକାଲ କଲେଜ ପ୍ରତିଷ୍ଠାନ, ନିରାମୟ ଔଷଧ ପ୍ରଦାନ, ୨୫ଲକ୍ଷ ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ୍ ଓ ଶିଳ୍ପର ଉନ୍ନତି ସହ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଜନହିତକର ଯୋଜନା କରିଛନ୍ତି । ଆସ ପ୍ରଗତିର ନନ୍ଦୀ ଘୋଷକୁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆଗେଇ ନେବା ବୋଲି ଉଚ୍ଚ ଶିକ୍ଷାମନ୍ତ୍ରୀ ଅନନ୍ତ ଦାଶ ନିଜ ବକ୍ତବ୍ୟରେ କହିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିରଞ୍ଚି ନାରାୟଣ ପ୍ରଧାନ ସଂଯୋଜନା କରିଥିଲେ ଓ ପ୍ୟାରେଡ଼କୁ ପୋଲିସ ରିଜର୍ଭ ଇନିସପେକ୍ଟର ସୁବଳ କୁମାର ସୋରେନ୍ ପରିଚାଳନା କରିଥିଲେ । ଏଥିରେ ୩୫ଟି ଦଳ ପ୍ୟାରେଡରେ଼ ଅଂଶଗ୍ରହଣ ଗ୍ରହଣ କରିଥିବା ବେଳେ ୩ଟି ଦଳ ଶରିରୀକ କ୍ରୀଡ଼ା ପ୍ରଦର୍ଶନ ଏବଂ ସାଂସ୍କୃତିକ କ୍ରୀଡ଼ା କୌଶଳ ପ୍ରଦାନ କରିଥିଲେ । ଛତ୍ରପୁର ଏନଏନସି ପକ୍ଷରୁ ମାଇ ଚଏସ୍ ମାଇ ଭୋଟ ଉପରେ ଏକ ପ୍ରଜ୍ଞାପନ ମେଢ ଦ୍ୱାରା ସଚେତନା କରାଯାଇଥିଲା । ଏହି ଅବସରରେ ପ୍ୟାରେଡ଼ ପ୍ରତିଯୋଗିତାରେ କୃତି ଦଳ ବିଭିନ୍ନ କ୍ଷେତ୍ରରେ ପ୍ରଦର୍ଶନ କରିଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ, ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ, ଡିଆରଡ଼ିଏ ପିଡି ସିଦ୍ଧାର୍ଥ ଶଙ୍କର ମଲ୍ଲିକ, ଛତ୍ରପୁର ବିଧାୟକ ଡ଼. ପ୍ରିୟାଂଶୁ ପ୍ରଧାନ, ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ବେହେରା ଓ ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା, ଛତ୍ରପୁର ଉପଜିଲ୍ଲାପାଳ ଦେଵବ୍ରତ ସାହୁ, ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଦାଶ, ଡ଼ୁଡ଼ୁ ପିଡ଼ି ସବ୍ୟସାଚୀ ହୋତା, ପ୍ରବେସନାରୀ ଆଇଏସ୍ ଅଫିସର ତଥା ଛତ୍ରପୁର ତହସିଲଦାର ଦାୟିତ୍ୱରେ ଥିବା ପି. ଅନ୍ୱେଷା ରେଡ୍ଡି, ଛତ୍ରପୁର ଅତିରିକ୍ତ ତହସିଲଦାର ଶରତ କୁମାର ପାତ୍ର, ଆସିଷ୍ଟାଂଟ୍ କଲେକ୍ଟର ବିକ୍ରମ ଦୋରାଙ୍କ ସମେତ ବହୁ ସରକାରୀ କର୍ମଚାରୀମାନେ ଓ ପୋଲିସ ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ସନ୍ଧ୍ୟାରେ ସଂସ୍କୃତି ଭବନ ଠାରେ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣର ଆୟୋଜନ କରାଯାଇଥିଲା ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା







COMMENTS
Your comment (required):
Your email address will not be published. Required fields are marked *
Name (required):
Email (required):
Website:

MOST REVIEWS
- Please contact my mob no-8260384858…July 02, 2018