ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଜନୈକ ଛାତ୍ର ଫେରାର ଘଟଣାରେ ଆଜି ସଂପୃକ୍ତ ଛାତ୍ରଙ୍କ ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ବିଦ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଥିରେ ବହୁ ବ୍ୟକ୍ତି ଆସି ବିଦ୍ୟାଳୟ କର୍ତ୍ତୃକ୍ଷଙ୍କ ସହିତ ଏ ସଂପର୍କରେ ଆଲୋଚନା କରିଥିଲେ । ଅନ୍ୟପକ୍ଷରେ ମହିଳା ଆନ୍ଦୋଳନକାରୀଙ୍କ ମଧ୍ୟରେ ଶକୁନ୍ତଳା ବେହେରା, ରଂଜୁଲତା ଜେନା, କବିତା ଦାସ, ଭଗବତୀ ପାତ୍ର, ମିନତୀ ବାରିକ, ସଂଧ୍ୟାରାଣୀ ମଣ୍ଡଳ, ହରିପ୍ରିୟା ଦାସ, ଫେରାର ଛାତ୍ରର ମା ଗୀତାରାଣୀ ଦାସ ଓ ବିଣା ଦାସଙ୍କ ନେତୃତ୍ୱରେ ପ୍ରାୟ ୫୦ରୁ ଉଦ୍ଧ୍ୱର୍ ମହିଳା ବିକ୍ଷୋଭରେ ସାମିଲ ହୋଇଥିଲେ । ବିଦ୍ୟାଳୟର ସଂପାଦକ କପିଳେଶ୍ୱର ମହାନ୍ତି, ପ୍ରଧାନ ଆଚାର୍ଯ୍ୟ ବିମ୍ବାଧର ମହାନ୍ତି, ସଭାପତି ଗୌରୀଶଂକର ଦାସ, ସ୍ଥାନୀୟ ଅଭିଭାବକ ଜନ୍ମେଜୟ ପାତ୍ର, ପ୍ରଣବ ପଣ୍ଡା, ଅଜୟ କୁମାର ଦେ, ପ୍ରକାଶ ଚନ୍ଦ୍ର କର ପ୍ରମୁଖ ଉପସ୍ଥିତ ରହି ସବିଶେଷ ଆଲୋଚନା କରାଯାଇଥିଲା । ଆନ୍ଦୋଳନକାରୀ ଓ ସ୍କୁଲ କତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ପରବର୍ତ୍ତୀ ସମୟରେ ଜଳେଶ୍ୱର ଆଇ ଆଇସି ପ୍ରଦୀପ କୁମାର ମାଝୀ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ବୁଝାମଣା ହୋଇ ଫେରାର ପିଲାର ସନ୍ଧାନ ନିମନ୍ତେ ୨ଟି ଟିମ୍ ଗଠନ ହୋଇଛି । ପ୍ରକାଶଯୋଗ୍ୟ ଫେରାର ପିଲାଟି ବିଦ୍ୟାଳୟରୁ ଆସି ପ୍ରଧାନ ରାସ୍ତାରେ ରେଳଷ୍ଟେସଦନ ପର୍ଯ୍ୟନ୍ତ ଯାଇଥିବାରୁ ଜଳେଶ୍ୱର ବଜାରର ଲାଗିଥିବା ବିଭିନ୍ନ ଘରୋଇ ସିସିଟିଭି କ୍ୟାମେରାରୁ ଜଣାଯାଇଛି । ପ୍ରତ୍ୟେକ ଟିମ୍ରେ ପୁଲିସ୍ , ଅଭିଭାବକ ଓ ସ୍କୁଲ କର୍ତ୍ତୃପକ୍ଷ ରହି କଲିକତା ଓ ପୁରୀ ଅଭିମୁଖେ ଯାତ୍ରା କରିଛି ।
ରିପୋର୍ଟ : ଭୂପତି କୁମାର ପରିଡା