ଶେରଗଡ଼ (ସମୃଦ୍ଧ ଓଡ଼ିଶା) ଶେରଗଡ଼ ବ୍ଲକ ଷୋଳସଳା ଗ୍ରାମରେ ଥୁବା ଏକ ଗୁହାଳରୁ ଛେଳି ଚୋରାଇ ବାକୁ ଯାଇ ହତ୍ୟାର ଶିକାର ହୋଇଛନ୍ତିବଦୁଇ ଯୁବକ।ଉକ୍ତ ଯୁବକ ମାନେ ହେଲେ ଧବଳ ପୁର ଗ୍ରାମର ପବିତ୍ର ପ୍ରଧାନ, ଅଜୟ ବିଷୋୟୀ । ଏହି ଦୁଇ ଜଣ ଯୁବକ କିଛି ଯୁବକ ମାନଙ୍କୁ ଧରି ମଙ୍ଗଳବାର ବିଳମ୍ବିତ ରାତ୍ରରେ କିଛି ଯୁବକ ମାନଙ୍କୁ ଧରି ଷୋଳସଳା ଗ୍ରାମ ଶେଷରେ ଥିବା ଏକ ଗୁହାଳରୁ ଛେଳି ଚୋରି କରିବାକୁ ଯାଇଥିଲେ । ଗୋଟିଏ ଛେଳିକୁ ମାରି ନେଉଥିବା ସମୟରେ ପୂର୍ବରୁ ଜଗି ବସିଥିବା ମାଲିକମାନେ ପବିତ୍ର ଓ ଅଜୟକୁ ଅତର୍କିତ କାତି ଖଣ୍ଡାରେ ଆକ୍ରମଣ କରିଥିଲେ । ଫଳରେ ତାଙ୍କ ସହିତ ଚୋରୀ ପାଇଁ ଆସିଥିବା ଯୁବକ ମାନେ ପ୍ରାଣ ଭୟରେ ଫେରାର ହୋଇ ଯାଇଥିଲେ । ଫଳରେ ଛେଳି ମାଲିକ ମାନେ ଏହି ଦୁଇ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରି ଗୁରୁତର ଅବସ୍ଥାରେ ଛାଡି ଗ୍ରାମକୁ ପଳେଇ ଥିଲେ । ପରେ କିଛି ସମୟ ପରେ ସ୍ତାନୀୟ ଲୋକଙ୍କ ଦ୍ୱାରା ପୋଲିସ ଖବର ଦେବା ପରେ ଶେରଗଡ଼ ଏ ଏସ ଆଇ ଵିଷ୍ଣୁ ପ୍ରସାଦ ଦାସ ଷୋଳଶସଳାରେ ପହଞ୍ଚି ଉକ୍ତ ଦୁଇ ଜଣଙ୍କୁ ପ୍ରଥମେ ଶେରଗଡ଼ ଡାକ୍ତର ଖାନା ପରେ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଉଭୟଙ୍କ ମୁଣ୍ଡ, ହାତ ଓ ଗୋଡ଼କୁ ଖଣ୍ଡା ଓ କାତିରେ ଆକ୍ରମଣ କରାଯାଇଛି । ପୋଲିସ ଶ୍ରୀ ଦାସ ଷୋଳସଳା ଗ୍ରାମରେ ଉପସ୍ଥିତ ରହି ଘଟଣା ସମ୍ପର୍କରେ ଅନୁଧ୍ୟାନ କରୁଛନ୍ତି । ଖବର ଲଖାହେଲା ବେଳକୁ କୋୖଣସି ଏତାଲା ଦିଆଯାଇନାହିଁ ବୋଲି କୁହାଯାଇଛି ।
ରିପୋର୍ଟ-ବିପ୍ଳବ ସେଠୀ