ଛତ୍ରପୁର (ସମୃଦ୍ଧ ଓଡିଶା) ଗତକାଲି ଛତ୍ରପୁର କଳ୍ପବାସୀ ନଗରସ୍ଥିତ ଶାନ୍ତି ଅନୁଭୂତି ଭବନରେ ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଦ୍ୱାରା ଜଗଦମ୍ବା ସରସ୍ୱତୀଙ୍କ ୫୪ ତମ ସ୍ମୃତି ଦିବସ ପାଳିତ ହୋଇଯାଇଛି । ସେଥିରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଶୁ କୁମାର ମହାରଣା ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ସମର୍ଥର ଅଧ୍ୟକ୍ଷ କେ.ଆନନ୍ଦ ରାଓ ଯୋଗଦେଇ କାର୍ଯ୍ୟକ୍ରମର ଶୋଭା ବର୍ଦ୍ଧନ କରିଥିଲେ । ମୁଖ୍ୟ ଅତିଥି ମହାରଣା କିଭଳି ସମସ୍ତଙ୍କ ସହଯୋଗ ଦ୍ୱାରା ଏକ ସୁସ୍ଥ ଓ ସୁରକ୍ଷିତ ସମାଜ ଗଠନ କରାଯାଇପାରିବ ତା ଉପରେ ବକ୍ତବ୍ୟ ରଖିବା ସହ ସମାଜରେ ଆମ ସମସ୍ତଙ୍କ ଜୀବନରେ ଆଧ୍ୟାତ୍ମିକତାର ମୂଲ୍ୟବୋଧ ଉପରେ ବର୍ଣ୍ଣନା କରିଥିଲେ । ମୁଖ୍ୟବକ୍ତା ଶ୍ରୀଯୁକ୍ତ ରାଓ ନିଜ ବ୍ୟକ୍ତିଗତ ଅନୁଭବରୁ ମାତେଶ୍ୱରୀ ଜଗଦମ୍ବାଙ୍କ ଆଧ୍ୟାତ୍ମିକ ଜୀବନର କିଛିଟା ଫକ୍ତି ରଖିଥିଲେ । ବ୍ରହ୍ମାକୁମାରୀ ସଂସ୍ଥାର କେନ୍ଦ୍ର ସଂଚାଳିକା ବ୍ରହ୍ମାକୁମାରୀ ବିଜୟଲକ୍ଷ୍ମୀ ପରମାତ୍ମାଙ୍କ ପରିଚୟ ଓ ବରିଷ୍ଠ ଭ୍ରାତା ରାଜଯୋଗୀ ସୂର୍ଯ୍ୟନାରାୟଣ ସାହୁ ସଂସ୍ଥାର ପରିଚୟ ପ୍ରଦାନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ବ୍ରହ୍ମାକୁମାରୀ ପିଙ୍କି ସଂଯୋଜନା କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା