ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଦଧିବାମନ ମଠ ଠାରେ ଜଗନ୍ନାଥ କଳା ସଂସ୍କୃତି ସଂକୀର୍ତ୍ତନ ସେବା ବିକାଶ ପରିଷଦ ପକ୍ଷରୁ ପରିଷଦର ରାଜ୍ୟ ସଭାପତି ତଥା ଢେଙ୍କାନାଳ ଜିଲ୍ଲା ସଭାପତି ରବି ନାରାୟଣ ସ୍ୱାଇଁଙ୍କ ଆହ୍ୱାନ କ୍ରମେ ଏକ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ସାଧାରଣ ସମ୍ପାଦକ ଶିବ ପ୍ରସାଦ ସ୍ୱାଇଁ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଥମେ ବିଶ୍ୱ କଲ୍ୟାଣ ପାଇଁ ଦଧିବାମନଙ୍କ ନାମରେ ହରିବୋଲ ହୁଳହୁଳି ଦିଆଯାଇ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏହି ସଭାରେ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ସମ୍ପାଦନ କରାଯାଇଥିଲା । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କମିଟିର ସଭ୍ୟ ଓ ସଭ୍ୟା, ରାଜ୍ୟ ସଭାପତି ରବିନାରାୟଣ ସ୍ୱାଇଁ, ସାଧାରଣ ସମ୍ପାଦକ ଶିବ ପ୍ରସାଦ ସ୍ୱାଇଁ, ରାଜ୍ୟ ଉପସଭାପତି ରମେଶ ଚନ୍ଦ୍ର ମହାପାତ୍ର, ରାଜ୍ୟ ଉପଦେଷ୍ଠା ଜିଲ୍ଲା ପ୍ରଭାକର ରାଉଳ, ଭୁବନ ସଭାପତି ବାବା ମଧୁମଙ୍ଗଳ ଦାସ, ସଦର ବ୍ଲକ ସଭାପତି ପଙ୍କଜ ଲୋଚନ ବାରିକ, କଙ୍କଡ଼ାହାଡ଼ ବ୍ଲକ ସମ୍ପାଦକ ଶୁଭ୍ରାନନ୍ଦ ପଣ୍ଡା, ଗଁଦିଆ ବ୍ଲକ ନୟନା ଲେଙ୍କା, କମିଟି ସଭ୍ୟା ସରୋଜିନୀ ବେହେରା, ଉପମା ଖୁଣ୍ଟିଆ, ଚିନା ମହାରଣା, ବେଲ ମହାଳିକ, ସୁନେଇ ମଲ୍ଲିକ, ମଞ୍ଜୁଲତା ମଲ୍ଲିକ, ସଭ୍ୟ ଦୟାନିଧି ସ୍ୱାଇଁ, କାମାକ୍ଷାନଗର କୋଦଣ୍ଡ ମହାଳିକ ଓଡ଼ପଡ଼ା ସସ୍ମିତା ବେହେରା, ହିନ୍ଦୋଳର ପଞ୍ଚାନନ ବେହେରା ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଅଂଶ ଗ୍ରହଣ କରିଥିଲେ । ଏହି ସଭାରେ ରକ୍ତଦାନ, ନିଶା ନିବାରଣ, ବୃକ୍ଷରୋପଣ, ଜଳ ପରିମଳ, ଜନ ସଚେତନ, ମହିଳା ସଶକ୍ତିକରଣ, ଆତ୍ମାସେବା, ସତ୍ୟ, ଶାନ୍ତି, ଦୟା, କ୍ଷମା, ବିଷୟ ଓ କଳି ଅଧର୍ମ ଅନ୍ୟାୟର ବିନାଶ ବିଷୟ ମାନ ଆଲୋଚନା କରାଯାଇଥିଲା । ଏହାପରେ ସାଙ୍ଗଠନିକ ବିଷୟ ଆଲୋଚନା କରାଯାଇ ଶେଷରେ ବିଶ୍ୱ କଲ୍ୟାଣ ପାଇଁ ହରିବୋଲ ହୁଳହୁଳି ଦିଆଯାଇ ସଭା ଭଙ୍ଗ କରାଯାଇଥିଲା ।
ରିପୋର୍ଟ : ଶୁଭମ କୁମାର ପାଣି