ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଶିଖରପୁରସ୍ଥିତ ଏସ୍ଏସବିବି ନୋଡାଲ ବିଦ୍ୟାଳୟ ପରିସରର ଜଳେଶ୍ୱର ମ୍ୟୁନିସିପାଲଟିର ଜଗନ୍ନାଥ ଡିଗ୍ରୀ କଲେଜର ଏକ ଶୀତକାଳୀନ ଜାତୀୟ ସେବା ଯୋଜନା ଶିବିର ଆଜି ଉଦଘାଟିତ ହୋଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ବିଡିଓ ନିତ୍ୟାନନ୍ଦ ସାହୁ ଛାତ୍ରାବସ୍ଥାରେ ସେ ଜଣେ ସାମାଜିକ କର୍ମୀଭାବେ କାର୍ଯ୍ୟ କରିଥିଲେ ଓ ମାନବ ସେବାହିଁ ମାଧବ ସେବା ଭାବି ଜାତୀୟ ସେବା ଯୋଜନାରେ ଯୋଗ ଦେଇଥିବା ଛାତ୍ରଛାତ୍ରୀ ସମଗ୍ର ସମାଜରେ ଏକ ସଚେତନତା ସୃଷ୍ଟି କରି ଅବକ୍ଷୟମୁକ୍ତ ସମାଜ ଗଠନ କରିବାକୁ ଆହ୍ୱାନ ଦେଇଥିଲେ । ଏଥିରେ ଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷା ଜ୍ୟୋସ୍ନା ଘୋଷ ଅଧ୍ୟକ୍ଷତା କରି ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଅତୀତ କୃତି ସଂପର୍କରେ କହିଥିଲେ । ପ୍ରୋଗ୍ରାମ ଅଫିସର ରଣଜିତ୍ ବେହେରା କାର୍ଯ୍ୟକ୍ରମର ସାରଣୀ ପାଠ କରିବା ସହିତ ଅଧ୍ୟାପକ ଶ୍ରବଣ କୁମାର ନାଥ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୌରୀ ଶଂକର ବ୍ରହ୍ମ, ଅଧ୍ୟାପକ ସରୋଜ କୁମାର ମହାନ୍ତି, ଅଶୋକ କୁମାର ରଥ, ନିଶ୍ଚଳ କୁମାର ଘଡେଇ, ଜାତୀୟସେବା ଯୋଜନାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ କହିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା