ଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟରେ ବିଦାୟ ଉତ୍ସବ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଛାତ୍ରଛାତ୍ରୀମାନେ ବିଦାୟ ଏକ ବିୟୋଗାନ୍ତକ ଘଟଣାରେ କ୍ଷଣିକ ଦିଗହରା ନ ହୋଇ ପାଠ୍ୟ ସଂପର୍କୀତ ଜ୍ଞାନର ପରିମାପକୁ ପରୀକ୍ଷାପାଇଁ ପ୍ରସ୍ତୁତ କରିବା ବାଞ୍ଝନୀୟ ବୋଲି ଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟରେ ଆଜି ବିଦାୟୀ ଉତ୍ସବରେ ମତପ୍ରକାଶ ପାଇଛି । ଅଧ୍ୟକ୍ଷା ଜ୍ୟୋତ୍ସା ଘୋଷଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ରାଜନୀତି ବିଜ୍ଞାନର ଅଧ୍ୟାପକ ଶ୍ରବଣ କୁମାର ନାଥ +୩ ଶେଷ ବର୍ଷ ଛାତ୍ରଛାତ୍ରୀ ଚରିତ୍ର ନିର୍ମାଣ ନିମନ୍ତେ ନିଜର ଚିନ୍ତା ଚେତନା ଓ ବ୍ୟବହାରରେ ସଂଯମତା ଆଣିବାକୁ କହିଥିଲେ । ଛାତ୍ରୀ ସଂଜୀତା ସେନାପତି, ଲୋପାମୁଦ୍ର ଗିରି, ରଶ୍ମିନ୍ ସାହୁ, କବିତା ରାଉଳ, ରଶ୍ମିତା ଦେ, ରାଜେଶ ଦାସ, ସୁଶାନ୍ତ ଦତ୍ତ, ସୁଭସ୍ମାତା ସାହୁ, ରଜତ ଦେ, ଜଗନ୍ନାଥ ସାହୁ, ଲିଜା କଟୁଆଳ, ମୋନାଲିସା ଗିରି, ଦେବସ୍ମାତା ମହାନ୍ତି ପ୍ରମୁଖ ବଦଦାୟୀ ଅଭିଭାଷଣ ରଖିଥିଲେ । ଅଧ୍ୟାପକ ରଣଜିତ୍ ବେହେରା ମଧ୍ୟ ଏଥିରେ ବକ୍ତବ୍ୟ ରଖିଥିବା ବେଳେ ଛାତ୍ରୀ ରଶ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା