

ଭଞ୍ଜନଗର/ଜଗନ୍ନାଥପ୍ରସାଦ (ସମୃଦ୍ଧ ଓଡିଶା) ଜଗନ୍ନାଥ ପ୍ରଶାଦ ବ୍ଲକ ପ୍ରଶାସନ ତରଫରୁ ବି.ଡି.ପୁର ହାଇସ୍କୁଲ ଠାରେ କୋରନା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୨୦ ଜଣଙ୍କ ପରୀକ୍ଷା କରାଯାଇଛି । ଗଞ୍ଜାମ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଥିଲେ । ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ ମଧ୍ୟ କେନ୍ଦ୍ରରେ ପହଞ୍ଚି ତଦାରଖ କରିବା ସହ ସମସ୍ତ ବ୍ୟବସାୟୀମାନେ କୋରନା ପରୀକ୍ଷା କରିବା ପାଇଁ କହିଥିଲେ । ସ୍ୱତନ୍ତ୍ର ଏ.ଡି.ଏମ ବିଶାଳ ସିଂ, ଓ.ଏସ. ଡି ଅଶୋକ କୁମାର ପଣ୍ଡା, ଶାଶ୍ୱତ କୁମାର ପଟ୍ଟନାୟକ, ବି.ଡି.ଓ ସୁରେଶ କୁମାର ପଣ୍ଡା, ତହସିଲଦାର ବାସୁଦେବ ପାଣ୍ଡେ ଓ ସାଂସଦ ପ୍ରତିନିଧି ବିପ୍ରଚରଣ ବାରିକ କେନ୍ଦ୍ର ରେ ଉପସ୍ଥିତ ଥିଲେ । ସରପଞ୍ଚ କୃଷ୍ଣଚନ୍ଦ୍ର ରଥ,ସମିତି ସଭ୍ୟ ଅମୀର କୁମାର ସ୍ୱାଇଁ, ବଣିକ ସଂଘ ସଭାପତି ବଂଶୀଧର ବାରିକ, ପ୍ରଦୀପ ପ୍ରଧାନ,ସରୋଜ ନାୟକ, ପ୍ରଭାତ ବାରିକ, ଚକ୍ରଧର ପାଣିଗ୍ରାହୀ, ପ୍ରିୟ ରଞ୍ଜନ ରଥ, ଦିବାକର ରଥ, ଜିତେନ୍ଦ୍ର ରଥ, ଅଙ୍ଗନବାଡ଼ି କର୍ମୀ, ସ୍ୱାସ୍ଥ୍ୟ କର୍ମୀ, ଆଶା କର୍ମୀମାନେ ଶିବିରରେ ସହାୟତା କରିଥିଲେ ।
ରିପୋର୍ଟ : ନିଲୁ ବିଷୋୟୀ