ଜଣାନ୍ତୁ ବସ୍ତୁ ଅନୁସାରେ କେଉଁ ଗଛ କେଉଁଠି ଲଗାଇବେ…

ବାସ୍ତୁ ଅନୁସାରେ, କଦଳୀ, ତୁଳସୀ ଓ ଅଁଳା ଗଛ ଘରେ ଲଗାଇଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ । ଏହି ତିନୋଟି ଗଛରେ ଦେବତା ବାସ କରିଥାନ୍ତି ବୋଲି କୁହାଯାଇଥାଏ । ତେଣୁ ଏହି ତିନୋଟି ଗଛକୁ ପୂଜା କଲେ ଅତି ଶୁଭ ବୋଲି କୁହାଯାଇଥାଏ । ତେବେ ଏହି ଗଛ କେଉଁ ଦିଗରେ ଲଗାଇବା ଉଚିତ୍‌ ଜଣାନ୍ତୁ –
ତୁଳସୀ ଗଛ – ପ୍ରତି ଘରେ ତୁଳସୀ ଗଛକୁ ପୂଜା କରାଯାଇଥାଏ । ଏହି ଗଛକୁ ପୂଜା କଲେ ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ ବୋଲି ବାସ୍ତୁରେ କୁହାଯାଇଛି । ବାସ୍ତୁ ଅନୁସାରେ ତୁଳସୀ ଗଛକୁ ଘରର ପୂର୍ବ ଦିଗ କିମ୍ୱା ଉତ୍ତର-ପୂର୍ବ ଦିଗରେ ଲଗାନ୍ତୁ । ଏପରି କଲେ ଧନ ପ୍ରାପ୍ତି ହୋଇଥାଏ ।
କଦଳୀ ଗଛ – କଦଳୀ ଗଛକୁ ହିନ୍ଦୁ ଧର୍ମରେ ପବିତ୍ର ବୋଲି ବିବେଚନା କରାଯାଏ । ପ୍ରତ୍ୟେକ ପୂଜାରେ କଦଳୀ ପତ୍ରକୁ ବ୍ୟବହାର କରାଯିବା ସହିତ କଦଳୀକୁ ଭୋଗ କରାଯାଇଥାଏ । ଘରେ ଏହି ଗଛ ଲଗାଇଲେ ଶାନ୍ତି ଓ ସମୃଦ୍ଧି ପ୍ରାପ୍ତି ହୋଇଥାଏ । ବାସ୍ତୁ ଅନୁସାରେ ଘରେ କଦଳୀ ଗଛକୁ ଉତ୍ତର-ପୂର୍ବ ଦିଗରେ ଲଗାନ୍ତୁ ।
ଅଁଳା ଗଛ – ଅଁଳା ଗଛରେ ସବୁ ଦେବଦେବୀ ବାସ କରିଥାନ୍ତି ବୋଲି ବିଶ୍ୱାସ ରହିଛି । ସେଥିପାଇଁ ହିନ୍ଦୁ ଧର୍ମରେ ଅଁଳା ନବମୀ ମଧ୍ୟ ରହିଛି । ଏହି ଗଛକୁ ପୂଜା କଲେ ପାପ କ୍ଷୟ ହୋଇଥାଏ ବୋଲି ମଧ୍ୟ ବାସ୍ତୁ ଶାସ୍ତ୍ରରେ ଉଲ୍ଲେଖ ରହିଛି ।
ତେଣୁ ଏହି ଗଛକୁ ଘରର ଅଗଣାରେ ଲଗାନ୍ତୁ ।