
ଗୋପାଳପୁର (ସମୃଦ୍ଧ ଓଡିଶା) ଗତ ରବିବାର ଦିନ ଗୋଳନ୍ଥରା ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ତଥା ହରିପୁର ଗାଁକୁ ସଂଯୋଗ କରୁଥିବା ରାସ୍ତାକୁ ଜଣେ ଅଜଣା ବ୍ୟକ୍ତିର ଗଳିତ ଶବକୁ ପୋଲିସ ଜବତ କରିଛି । ବ୍ୟକ୍ତି ଜଣଙ୍କ ଦୁଇ ଦିନ ହେଲା ସେଠାରେ ପଡି ରହିଥିବାରୁ ମୃତ୍ୟ ପରେ ତାଙ୍କ ଶରୀରରେ ପୋକମାଛି ଲାଗିଯାଇଛି । ବ୍ୟକ୍ତିଙ୍କ ପରିଚୟ ମିଳିପାରି ନଥିବା ବେଳେ ତାଙ୍କୁ ପାଖାପାଖି ୪୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଶବ ଜବତ ପରେ ବ୍ୟବଛେଦ ପାଇଁ ଏମକେସିଜି ମେଡିକାଲକୁ ପଠାଇ ଦିଆଯାଇଛି । ଏହାପରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା