

ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା)ଜଣେ ମୁକ୍ ଓ ବଧିର ମହିଳା ଆଇନଜୀବୀଙ୍କ ଯୁକ୍ତିକୁ କୌଣସି ଏକ ମାମଲାରେ ସୁପ୍ରିମକୋର୍ଟ ପ୍ରଥମ ଥର ପାଇଁ ଶୁଣାଣି କରିଛନ୍ତି । ଯୁକ୍ତି ଉପସ୍ଥାପନ କରିଥିବା ମହିଳା ଆଇନଜୀବୀ ଜଣଙ୍କ ବାକ୍ ଓ ଶ୍ରବଣ ବାଧିତ ହୋଇଥିଲେ ହେଁ ସାଙ୍କେତିକ ଭାଷାର ବ୍ୟବହାର କରିଥିଲେ। ଏହାକୁ ଭାଷା ଅନୁବାଦକଙ୍କ ଜରିଆରେ ମାମଲା ସମ୍ପର୍କରେ ନିଜର ଯୁକ୍ତି ବାଢ଼ିଥିଲେ। ଇତିହାସରେ ପ୍ରଥମଥର ପାଇଁ ଏପରି ଘଟଣା ଘଟିଛି । ଭର୍ଚ୍ୟୁଆଲ ଶୁଶାଣିକୁ ନିୟନ୍ତ୍ରଣ କରୁଥିବା କଣ୍ଟ୍ରୋଲ ରୁମ ପ୍ରଥମେ ମୁକ୍ ଓ ବଧିର ଆଇନଜୀବୀ ସାରା ସନ୍ନୀଙ୍କୁ ସ୍କ୍ରିନରେ ସ୍ଥାନ ଦେବାକୁ ମନା କରିଥିଲା। ତେବେ ତାଙ୍କ ଭାଷା ଅନୁବାଦକ ସୌରଭ ରୟ ଚୌଧୁରୀ ସ୍କ୍ରିନ ଉପରକୁ ଆସିଥିଲେ। ସାରା ସାଙ୍କେତିକ ଭାଷାରେ ରଖୁଥିବା ଯୁକ୍ତିକୁ ସୌରଭ ଅନୁବାଦ କରି ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଆଗରେ ଉପସ୍ଥାପନ କରିଥିଲେ।ଏହା ଦେଖି ଜଷ୍ଟିସ ଚନ୍ଦ୍ରଚୂଡ଼ ଆଇନଜୀବୀ ସାରାଙ୍କୁ ସ୍କ୍ରିନରେ ଆଣିବା ପାଇଁ କଣ୍ଟ୍ରୋଲ ରୁମକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଉଭୟ ସୌରଭ ଓ ସାରା ମିଳିତ ଭାବେ ସ୍କ୍ରିନକୁ ଆସି ମାମଲା ଲଖିଥିଲେ। ଆଇନଜୀବୀ ସଞ୍ଚିତା ଅନ୍ନ ସୁପ୍ରିମକୋର୍ଟରେ ସାରା ଯୁକ୍ତି ରଖିବା ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରିଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ମଧ୍ୟ ସମସ୍ତଙ୍କୁ ଆଇନର ସମାନ ପ୍ରକାରର ସୁବିଧା ପ୍ରଦାନ ଉପରେ ଗୁରୁତ୍ୱ ଦେଇଛନ୍ତି। ଗତବର୍ଷ ସେ ସ୍ୱତନ୍ତ୍ର ନିର୍ଦ୍ଦେଶନାମାରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କୋର୍ଟରେ କରିବାକୁ କହିଥିଲେ। ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ଦୁଇ ପାଳିତା କନ୍ୟା ମଧ୍ୟ ଦିବ୍ୟାଙ୍ଗ। ଚଳିତ ବର୍ଷ ସେ ସେମାନଙ୍କୁ ସୁପ୍ରିମକୋର୍ଟ ଆଣି ଏଠାରେ କେମିତି କାମ ହୁଏ, ସେକଥା ବୁଝାଇଥିଲେ। ଏଭଳି ଶୁଣାଣି ପ୍ରଥମ ଥର ପାଇଁ ସୁପ୍ରିମ କୋର୍ଟରେ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି I
ରିପୋର୍ଟ : ଆଡ଼ଭୋକେଟ ସୁଧାଂଶୁ ଶେଖର