କୋଦଳାରେ ଏକ ବ୍ୟବସାୟୀକୁ ଅତି ବିଭତ୍ସ ଭାବେ ଗୁଳିକରି ହତ୍ୟା ଅଭିଯୋଗ …

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଞ୍ଚଳର ଜଣେ ବ୍ୟବସାୟୀଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଛି ବୋଲି ଖବର ମିଳିଛି  । କୋଦଳା ଥାନା ଅନ୍ତର୍ଗତ କେ. ଛଚିନା ଗ୍ରାମର ରାଜେନ୍ଦ୍ର ପରିଡ଼ା ଓରଫ ଜଟି(୩୦) ପ୍ରାୟ ୧ ମାସ  ତଳେ ସୁରାଟରୁ ଫେରିଥିବା ବେଳେ ମଠସରସିଙ୍ଗିରେ ଏକ ସିମେଂଟ ଦେକାନ କରିଥିଲେ । ଗତ ରବିବାର ଦିନ ଜଟି ନିଜ ଘରୁ ବୁଲେଟ୍ ଯୋଗେ ମଠସରସିଙ୍ଗି ଯିବା ସମୟରେ ୨ ଜଣ ଦୁର୍ବୁତ ବାଇକ୍ ରେ ଆସି ତାଙ୍କୁ ଅଟକାଇ ମାଉଜର୍ ଦେଖାଇ ଆକ୍ରମଣ କରି ଥିଲେ ବୋଲି ଅଭିଯୋଗ ହୋଇଛି । ଜଟି ଭୟରେ ନିଜ ଦୋକାନ ଦିଗକୁ ଯାଇ ସଟର୍ ଖୋଲିବାକୁ ଚେଷ୍ଠା କରିବା ସମୟରେ ଦୁର୍ବୁତ୍ତମାନେ ତାଙ୍କୁ ଅଟକାଇ ଦୋକାନ ବାରଣ୍ଡାରେ ୫ ରୁ ୭ ରାଉଣ୍ଡ ଗୁଳି ଚଳାଇଥିଲେ ବୋଲି କୁହାଯାଉଛି । ପଥରରେ   ଜଟିର  ମୁହଁରେ ଛେଚିଥିଲେ ବୋଲି ମଧ୍ୟ କୁହାଯାଉଛି  । ତାଙ୍କ ପେଟ ଏବଂ ଶରୀରର ବିଭିନ୍ନ ସ୍ଥାନରେ ଗୁଳି ବାଜିଥିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ଘଟଣାସ୍ଥଳରେ ପୁରୁଷୋତମପୁର ଏସଡ଼ିପିଓ ଅଶ୍ୱିନୀ କୁମାର ସାହୁ,କୋଦଳା ଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀ ପହଂଚି ଶବକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । କୋଦଳା ଥାନାରେ ଏ ସଂପର୍କରେ ଏକ ହତ୍ୟା ମାମଲା ରୁଜୁ ହୋଇଛି । ତେବେ ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପୂର୍ବ ଶତୃତାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ଜଟିଙ୍କ ସଂପର୍କିୟମାନେ କହିଥିବା ବେଳେ ଏ ନେଇ ପୋଲିସ୍ ର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ରିପୋର୍ଟ :  ନିମାଇଁ ଚରଣ ପଣ୍ଡା