
ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ପଞ୍ଚାୟତ ଓ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତର ଜନ ଅଭିଯୋଗ ଶୁଣାଣି ସହ ମୋ ନିବେଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୂଯାୟୀ ଚମାଖଣ୍ଡି ସ୍ଥିତ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ମୋ ନିବେଦନ କାର୍ଯ୍ୟକ୍ରମ ବିଡ଼ିଓ ଅମ୍ବିକା ପ୍ରସାଦ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ କରାଯାଇଥିଲା । ଏହି ଅବସରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇ ଲୋକମାନଙ୍କ ସମସ୍ୟା ଗୁଡିକ କ୍ଷେତ୍ର ପରିଦର୍ଶନ କରି ସମାଧାନ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ଏବଂ କାର୍ଯ୍ୟାଳୟ ପରିସରରେ ଚାରା ରୋପଣ କରିଥିଲେ । ଏହି ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଛତ୍ରପୁର ତହସିଲଦାର ନୀଳମାଧଵ ଭୋଇ, ସିଡିପିଓ କ୍ରିଷ୍ନା କୁମାରୀ ନନ୍ଦ, ବ୍ଲକ ଯୋଗାଣ ଅଧିକାରୀ ନିଖିଳ କୁମାର ବସ୍ତିଆ, ଏବିଇଓ ସୀତାରାମ ପାତ୍ର, ଓଡିଶା ଜୀବିକା ମିଶନର ବ୍ଲକ ସଂଯୋଜିକା ମାନିନୀ ଜେନା, ଚମାଖଣ୍ଡି ଥାନାଧିକାରୀ ସହଦେବ ମହାପାତ୍ର, ଚମାଖଣ୍ଡି ସରପଂଚ ସୁସ୍ମିତା ପ୍ରଧାନ ସମିତିସଭ୍ୟା ଅର୍ଚ୍ଚନା ପ୍ରଧାନ, ଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ଶଶାଙ୍କ ଶେଖର ପାଢ଼ୀ, ବ୍ଲକ ସାମାଜିକ ଅଧିକାରୀ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଜିଆରଏସ ଏବଂ ବ୍ଲକର ଅନ୍ୟାନ୍ୟ କର୍ମଚାରୀମାନେ ଅଂଶ ଗ୍ରହଣ କରିଥିଲେ । ଏଥିରେ ମୁଖ୍ୟତଃ ଗ୍ରାମୀଣ ଗୃହ ଯୋଜନା, ମନରେଗା, ପାଇଖାନା, ପାନୀୟଜଳ, ବିଭିନ୍ନ ପ୍ରକାର ଭର୍ତ୍ତା ଓ ଗ୍ରାମ୍ୟ ସମସ୍ୟା ସହିତ ବିଭିନ୍ନ ଅସୁବିଧା ସମ୍ପର୍କରେ ଲୋକମାନେ ନିଜ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା




