

ଗୁଣୁପୁର (ସମୃଦ୍ଧ ଓଡିଶା) ମହାମାରୀ କରୋନା ଭୁତାଣୁ ସଂକ୍ରମଣ ପୁନର୍ବାର ବ୍ୟlପୁଥିବlରୁ ଗୁଣପୁର ପୋଲିସ୍ ଓ ପ୍ରାଶସନ ମିଳିତ ଭାବେ ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି । ଆଜି ଗୁଣପୁର ଉପଜିଲ୍ଲାପାଳ ଜେ ସୋନାଲ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାଜ କିଶୋର ଦାସ ଏବଂ ପୋଲିସ୍ ଷ୍ଟାଫ୍ ଗୁଣପୁର ସହର ତଥା ବ୍ୟାଙ୍କ, ଦୋକାନ, ବଜାର, ବସଷ୍ଟାଣ୍ଡ, ହସ୍ପିଟାଲ, ସପିଙ୍ଗ ମଲ୍ ଇତ୍ୟାଦି ଜନଗହଳି ସ୍ଥାନ ପରିଦର୍ଶନ କରିଥିଲେ l ଜନସାଧରଣଙ୍କୁ ଘରୁ ବାହାରିଲେ ମାସ୍କ ବ୍ୟବହାର କରନ୍ତୁ, ଜନଗହଳି ସ୍ଥାନ ମାନଙ୍କରେ ସାମାଜିକ ଦୂରତା ବଜାୟ ରଖନ୍ତୁ, ସାନିଟାଇଜର ବ୍ୟବହାର କରନ୍ତୁ ଏବଂ ଭଲ ଭାବରେ ହାତ ଧୁଅନ୍ତୁ, ଅଯଥାରେ କେଉଁଠି ଗହଳି କରନ୍ତୁ ନାହିଁ ବୋଲି ପରାମର୍ଶ ଦେଇଥିଲେ l ଏହାସହ କରୋନା କଟକଣା ନିୟମକୁ ମାନନ୍ତୁ ଅମାନ୍ୟ କଲେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ଏବଂ ୪୫ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ଭେକ୍ସିନ୍ ନେବାକୁ ଅନୁରୋଧ କରିଥିଲେ ବୋଲି ସୂଚନା ମିଳିଛି l