ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଅବସରପ୍ରାପ୍ତ ଏସପି ରଘୁନାଥ ପ୍ରସାଦ ପାଢ଼ୀଙ୍କ ଦ୍ୱାଦଶାହ ଅବସରରେ ସ୍ଥାନୀୟ ଗୀତା ଭବନ ଠାରେ ସ୍ମୃତିଚାରଣ ସଭା ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ପୋଲିସ ଅଫିସର ସଂଘର ମୁଖ୍ୟ ଏସପି ବିଘ୍ନରାଜ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି, ଅବସରପ୍ରାପ୍ତ ପୋଲିସ ଅଧିକାରୀମାନେ ଯୋଗଦେଇ ସ୍ୱର୍ଗତ ପାଢ଼ୀଙ୍କ ବହୁମୁଖୀ ପ୍ରତିଭା, ଜନସେବୀ, ବନ୍ଧୁବତ୍ସଳ ଓ ପରୋପକାରୀ ବ୍ୟକ୍ତି ଭାବେ ବେଶ ପରିଚିତ ଥିଲେ । ସାଧାରଣ ଜନତା ଓ ତଳିଆ କର୍ମଚାରୀମାନଙ୍କ ପ୍ରତି ତାଙ୍କର ଶ୍ରଦ୍ଧା ରହିଥିଲା ବୋଲି ପ୍ରକାଶ କରିଥିଲେ । ଜଣେ ପୋଲିସ ଅଫିସର ଭାବେ ସେ ସମସ୍ତଙ୍କ ମଙ୍ଗଳ ଚିନ୍ତା କରିଥିଲେ । ଏଭଳି ଜଣେ ଅଫିସର ବିରଳ ବୋଲି ବହୁ ବକ୍ତା କହିଥିଲେ । ଏହି ଅବସରରେ ସ୍ୱର୍ଗତ ପାଢ଼ୀଙ୍କୁ ସଂଘ ପକ୍ଷରୁ ମରଣୋତ୍ତର ସମ୍ମାନ ପ୍ରଦାନ ତାଙ୍କ ପୁତ୍ର କାମାକ୍ଷ ପ୍ରସାଦ ପାଢ଼ୀଙ୍କୁ ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଡ଼ା. ସତ୍ୟବ୍ରତ ମହାପାତ୍ର, ଡ଼ା. ଉଷା ଦାସ, ନବୀନର ସମ୍ପାଦକ ରବି ରଥ, ପ୍ରକାଶିକା ମଞ୍ଜୁ ରଥ, ପୋଲିସ ଅଧିକାରୀ ସାରଦା ମହାପାତ୍ର, ଭବାନୀ ଶଙ୍କର ପଟ୍ଟନାୟକ, ବିଶ୍ୱନାଥ ପଣ୍ଡା, କୁଞ୍ଜ ବିହାରୀ ପଟ୍ଟନାୟକ, ସଂଘର କାର୍ଯ୍ୟକାରୀ ସଭାପତି ପ୍ରକାଶ ଚନ୍ଦ୍ର ସାହୁ, ଦୁର୍ନୀତି ନିବାରଣ ବିଭାଗର ଅତିରିକ୍ତ ଏସପି ଶାନ୍ତନୁ କୁମାର ପାଢ଼ୀ, ତପନ କୁମାର ପାଢ଼ୀ, ପ୍ରଫୁଲ କୁମାର ବଡ଼ୁ, ସହଦେବ ଗୌଡ଼ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସ୍ୱର୍ଗତ ପାଢ଼ୀଙ୍କ ପୁତ୍ର କାମାକ୍ଷା ପ୍ରସାଦ ପାଢ଼ୀ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ବୋଲି ଅବସରପ୍ରାପ୍ତ ପୋଲିସ ଅଧିକାରୀ ସଂଘର ସଭାପତି ବିଘ୍ନରାଜ ପାଢ଼ୀ ଜଣାଇଛନ୍ତି ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା